ଓ୍ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଆଜି ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ ୨୨୩ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ୧୪୮ ଇଲେକ୍ଟୋରାଲ୍ ଭୋଟ୍ ।
ବିଡେନ୍ କେଉଁଠି ବିଜୟୀ ?
ବର୍ତ୍ତମାନ ସୁଦ୍ଧା ଜୋ ବିଜେନ୍ ଓ୍ୱାଶିଂଟନ୍, ଓରେଗନ୍, କାର୍ଲିଫର୍ଣ୍ଣିଆ, ନିଉ ମେକ୍ସିକୋ, ନିଉ ହାମ୍ପସାୟାର, ନ୍ୟୁୟର୍କ, ମାସାଚୁସେଟ୍ସ, ନିଉ ଜର୍ସି, ମେରିଲ୍ୟାଣ୍ଡ, ଭରମଣ୍ଟ, କନକ୍ଟିକଟ୍, ଦେଲାଓ୍ୱାର, କୋଲରାଡୋ, ଆରିଜୋନାରେ ବିଜୟୀ ହୋଇ ସାରିଛନ୍ତି ।
ଟ୍ରମ୍ପ କେଉଁଠି ବିଜୟୀ ?
ସେପଟେ ଡୋନାଲ୍ଡ ଟ୍ରମ୍ପ ସାଉଥ କାରୋଲିନା, ସାଉଥ ଡାକୋଟା, ଅର୍କାନସାସ, ଓ୍ୱେଷ୍ଟ ଭର୍ଜିନିଆ, ଓକଲାହାମ, କେଣ୍ଟୁକୀ, ଇଣ୍ଡିଆନା, ଆଲମ୍ୱା, ଟେନିସୀ, ମସୋରୀ, ମିସିସିପି ରେ ବିଜୟୀ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଡେମୋକ୍ରାଟିକ୍ ପାର୍ଟି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ବହୁମତ ହାସଲ ଦିଗରେ ଅଗ୍ରସର ହେଉଛି । ସିନେଟ ପାଇଁ ରିପବ୍ଲିକାନ୍ ପାର୍ଟି ଓ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ କଡ଼ା ମୁକାବିଲ ହେଉଛି । ଫଳାଫଳ ଉପରେ ଆମେରିକାବାସୀଙ୍କ ସମେତ ସାରା ବିଶ୍ୱର ନଜର ରହିଛି ।
BREAKING NEWS
- ଆମ୍ବେଦକର ଜୟନ୍ତୀ: ୧୪ ଏପ୍ରିଲ ସରକାରୀ ଛୁଟି
- ହାଇକୋର୍ଟ ଜଜ୍ଙ୍କୁ ଆହ୍ଲାବାଦକୁ ବଦଳି
- ପ୍ରକାଶ ପାଇଲା ଓଏସଏସଟିଇଟି ପରୀକ୍ଷା ଫଳ
- ଚେନ୍ନାଇ -ମଦୁରାଇରେ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍
- ଆଇଟା-ଓଟିଏ ଟ୍ୟାଲେଂଟ ସିରିଜ: ସୂର୍ଯ୍ୟାଂଶ, ସାଇରାଂଶ ମାରିଲେ ବାଜି
- ଆଇପିଏଲ ଆୟରୁ କୋହଲିଙ୍କ କଟିଯିବ ୮ କୋଟି ଟଙ୍କା
- ଏପ୍ରିଲ ୨ରୁ ଖାତାଦେଖା; ମେ ୧୫ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ
- ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର
- ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ
- ପୁଣି ବଢିଲା ତାତି, ଝାରସୁଗୁଡ଼ାରେ ୪୨ .୨ ଡିଗ୍ରୀ ରେକର୍ଡ
Comments are closed.