Latest Odisha News

BREAKING NEWS

ଘୂର୍ଣ୍ଣିଝଡ ‘ପିଥାଇ’, ଗଜପତିରେ ସ୍ଥାନାନ୍ତରୀତ ହେଲେ ୧୧ ହଜାର ଲୋକ

ଭୁବନେଶ୍ୱର : ଘୂର୍ଣ୍ଣିଝଡ ‘ପିଥାଇ’ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ବେଳେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ପଡିବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଥିଲା । ଫଳରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଗଜପତି ଜିଲ୍ଲାର ୭ଟି ବ୍ଲକର ପ୍ରାୟ ୧୧ ହଜାର ୬ ଶହ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏଥିସହିତ ସ୍ଥାନାନ୍ତରିତ କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ମୋଟ ୧୭୪ ଟି ଆଶ୍ରୟ ସ୍ଥଳରେ ରଖାଯାଇଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ବିଷ୍ଣୁପଦ ସେଠୀ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ଏହି ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି ଏବଂ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସାମୁଦ୍ରିକ ଝଡ ପିଥାଇର ଗତିବିଧି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଏଥିସହିତ ଉପକୂଳ ଓଡିଶାରେ ଏହାର ପ୍ରଭାବ ଅଧିକ ରହିଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଉକ୍ତ ଜିଲ୍ଲାର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବାର କୌଣସି ଆବଶ୍ୟକତା ନାହିଁ” ବୋଲି ପ୍ରକାଶ କରିଛନ୍ତି ଏସ୍ଆରସି ବିଷ୍ଣୁପଦ ସେଠୀ ।

ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଓଡିଶାର କେତେକ ସ୍ଥାନରେ ବର୍ଷା ଲଗାଣ ବର୍ଷା ଲାଗି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.