Latest Odisha News

BREAKING NEWS

ଧାନର ‘ଏମଏସପି’ ବୃଦ୍ଧି ଦାବି ନେଇ ଜାନୁଆରୀ ୮ ରେ ବିଜେଡିର ସଂସଦ ସାମ୍ନାରେ ବିକ୍ଷୋଭ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ଦାବିରେ ବିଜୁ ଜନତା ଦଳ ଆସନ୍ତା ଜାନୁଆରୀ ୮ ତାରିଖରେ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ।

ଦଳୀୟ କାର୍ଯ୍ୟାଳୟଠାରେ ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଏବଂ ପ୍ରତାପ ଜେନା କହିଛନ୍ତି, କେନ୍ଦ୍ରସରକାର ଧାନ ଏମଏସପି ବୃଦ୍ଧି ନେଇ ମିଥ୍ୟା ପ୍ରତିଶୃତି ଦେଇ ଓଡ଼ିଶା ପ୍ରତି ବିଶ୍ୱାସଘାତକତା କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ବରିଷ୍ଠ ନେତାମାନେ ମଧ୍ୟ ଅଭିଯୋଗ କରି କହିଛନ୍ତି, ବିଧାନସଭାର ସର୍ବଦଳୀୟ ଗୃହ କମିଟିର ସଦସ୍ୟ ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଏସମ୍ପର୍କରେ ଆଲୋଚନା କରିବାକୁ ତାଙ୍କ ନିକଟରେ ସମୟ ନାହିଁ ।

“ କେନ୍ଦ୍ରସରକାର ସ୍ୱାମୀନାଥନ୍ କମିଟି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଉଚିତ,” ବୋଲି ଏହି ବରିଷ୍ଠ ବିଜେଡ଼ି ନେତାମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ତେଣୁ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶାରୁ ବିଜୁ ଜନତା ଦଳର ନେତା ତଥା କର୍ମୀମାନେ ଆସନ୍ତା ଜାନୁଆରୀ ୬ ତାରିଖରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ଜାନୁଆରୀ ୭ ତାରିଖରେ ଦିଲ୍ଲୀରେ ପହଞ୍ଚିବେ । ଜାନୁଆରୀ ୮ ତାରିଖ ଦିନ ସଂସଦ ଆଗରେ ଏହି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Leave A Reply

Your email address will not be published.