Latest Odisha News

BREAKING NEWS

ଅକ୍ଷୟଙ୍କ ପରେ ଏବେ ମିଲିନ୍ଦ ସୋମାନ୍‌ଙ୍କ କିନ୍ନର ଅବତାର ଦେଖିବେ ଦର୍ଶକ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ସୋମବାର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି। ତେବେ ଅଭିନେତା ମିଲିନ୍ଦ ସୋମାନ୍‌ ମଧ୍ୟ ଏବେ ଏହି ବିଷୟବସ୍ତୁ ପରି ଏକ ପ୍ରୋଜେକ୍ଟ ହାତେଇ ଥିବା ଜଣାପଡ଼ିଛି। ଏହି ନୁତନ ପ୍ରୋଜେକ୍ଟ ବିଷୟରେ ଟୁଇଟ୍ କରି ମିଲିନ୍ଦ ପ୍ରଶଂସକଙ୍କୁ ଏକ ସୂଚନା ଦେଇଛନ୍ତି ଏବଂ ଏହାକୁ ନେଇ ସେ ବହୁତ ଉତ୍ସାହିତ ଥିବା ଜଣାପଡିଛି।

ମିଲିନ୍ଦ ତାଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଜଣେ ମହିଳାଙ୍କ ଭୂମିକାରେ ନଜର ଆସିଛନ୍ତି। ଆଖିରେ ମସ୍କାରା, ଲମ୍ବା କେଶ, ମୁହଁର ବାମ ପାର୍ଶ୍ୱରେ ଅନେକ ସିନ୍ଦୁର ଏବଂ ନାକରେ ସୁନ୍ଦର ନୋଜ୍‌ ପିନ୍ ଲଗାଇଥିବା ମିଲିନ୍ଦଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଛି। ତେବେ ଏହା ଦେଖିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ମଧ୍ୟ ବଢିଯାଇଛି। ତେବେ ଫଟୋ ସହିତ ଟ୍ୱିଟ୍ କରି ସେ ଏ ବିଷୟରେ ବିଶେଷ କିଛି ପ୍ରକାଶ କରିନାହାଁନ୍ତି। ‌ତେବେ ଏହି ଚେହେରା ପଛର ରହସ୍ୟ ଜାଣିବା ପାଇଁ ପ୍ରଶଂସକଙ୍କୁ ବୋଧ ହୁଏ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

Comments are closed.