Latest Odisha News

BREAKING NEWS

ଦେଶରେ ଦିନକରେ ୩୮ ହଜାର କରୋନା ପଜିଟିଭ୍, ୪୪୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କମିଲା ଦୈନିକ କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ୯୧ ହଜାର ୭୩୧କୁ ବୃଦ୍ଧି ପାଇଛି ।

ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ମହାମାରୀ ନେଇଛି ଆଉ ୪୪୮ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୭ ହଜାର ୫୯ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୮% ।

ଦେଶରେ ଉତ୍ସାହଜନକ ରହିଛି କରୋନା ସୁସ୍ଥ ହାର । ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ଗତ ୨୪ ଘଣ୍ଚାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ଆଉ ୪୨ ହଜାର ୩୩ ସଂକ୍ରମିତ । ମୋଟ୍ ସୁସ୍ଥ ସଂଖ୍ୟା ୭୯ ଲକ୍ଷ ୫୯ ହଜାର ୪୦୬କୁ ବୃଦ୍ଧି ପାଇଛି । ଦେଶରେ ଆକ୍ଟିଭ୍ କେସ୍ ୫ ଲକ୍ଷ ୫ ହଜାର ୨୬୫କୁ ଖସିଛି ।

Leave A Reply

Your email address will not be published.