ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୪୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଷ୍ଟେଟ୍ ପୁଲକୁ ସମେତ ରାଜ୍ୟର ୨୯ ଜିଲ୍ଲାରୁ ୧୪୪୮ କୋଭିଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩,୦୩,୭୮୦ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ମୋଟ୍ ୨,୯୧,୧୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୪୫୪ ଜଣ ମୃତ୍ୟୁବରଣ କରିଛନ୍ତି ।
Comments are closed.