‘ଦିଲ୍ ବେଚାରା’ର ରେକର୍ଡ ଭାଙ୍ଗିଲା ଚଳଚ୍ଚିତ୍ର ‘ଲକ୍ଷ୍ମୀ’
ନୂଆଦିଲ୍ଲୀ: ବହୁ ବିବାଦ ପରେ ନଭେମ୍ବର ୯ରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ହରୋର୍-କମେଡି ଫିଲ୍ମ ‘ଲକ୍ଷ୍ମୀ’ ଡିସ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିଲ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ଆୟେଶା ରଜା ମିଶ୍ର, ଶରଦ କେଲକର, ତରୁଣ ଆରୋରା, ଅଶ୍ୱିନୀ କଲସେକର, ମନୁ ରିଷି ଚଢା, ରାଜେଶ ଶର୍ମା ଏବଂ ଅନ୍ୟମାନେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ଭଲ ରେଟିଂ ପାଇ ନଥାଇପାରେ, କିନ୍ତୁ ଏହା ଅନେକ ରେକର୍ଡ ସୃଷ୍ଟି କରିଛି।
ଅନଲାଇନ୍ ପ୍ଲାଟଫର୍ମ ଅନୁଯାୟୀ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଦୃଷ୍ଟିରୁ ରେକର୍ଡ ଭାଙ୍ଗିଛି। ଚଳଚ୍ଚିତ୍ରଟି ରିଲିଜ୍ ହେବାର ଏକ ଘଣ୍ଟା ମଧ୍ୟରେ ଏହା ଭ୍ୟୁୟର୍ସିପ୍ ରେକର୍ଡ ଭାଙ୍ଗିଥିଲା। ସୂଚନାଯୋଗ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ର ରେକର୍ଡ ଅତିକ୍ରମ କରିବାରେ ସଫଳ ହୋଇପାରିଛି ‘ଲକ୍ଷ୍ମୀ’।