Latest Odisha News

BREAKING NEWS

ଆଇପିଏଲ ୧୩ତମ ସଂସ୍କରଣର ରେକର୍ଡ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଶେଷ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୫ମ ଟାଇଟଲ ହାସଲ କରିଛି । ଆସନ୍ତୁ ଜାଣିବା ଏହି ସଂସ୍କରଣର ରେକର୍ଡ ସମ୍ପର୍କରେ..

୧.ସର୍ବାଧିକ ଚାମ୍ପିୟନ: ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଏହି ଟାଇଟଲ ହାସଲ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଏହି ସଫଳତା ହାସଲ କରିଛି ।
୨.ଅରେଞ୍ଜ କ୍ୟାପ: କିଙ୍ଗ୍‌ସ ଏକାଦଶ ପଞ୍ଜାବର ଲୋକେଶ ରାହୁଲ ୬୭୦ ରନ କରି ଅରେଞ୍ଜ କ୍ୟାପ ହାସଲ କରିଛନ୍ତି ।
୩.ପର୍ପଲ କ୍ୟାପ: ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରାବାଡା ୩୦ ଉଇକେଟ ଅକ୍ତିଆର କରି ପର୍ପଲ କ୍ୟାପର ହକଦାର ହୋଇଛନ୍ତି ।

୪.ସର୍ବାଧିକ ଛକା: ମୁମ୍ବାଇ ଇଣ୍ଡିଆନ୍ସର ଈଶାନ କିଶାନ ୩୦, ସଞ୍ଜୁସାମସନ ୨୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୫ ଛକା ମାରିଛନ୍ତି । ସିଜନରେ ସମୁଦାୟ ୭୨୩ ଛକା ମରାଯାଇଥିଲା । ମୁମ୍ବାଇ ଟିମ୍ ୧୩୭ ଓ ଦିଲ୍ଲୀ ଖେଳାଳି ୯୬ ଛକା ମାରିଛନ୍ତି ।
୫.ମୋଷ୍ଟ ଭାଲ୍ୟୁବଲ ପ୍ଲେୟାର:ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚ୍ଚର ମୋଷ୍ଟ ଭାଲ୍ୟୁବଲ ପ୍ଲେୟାର ବିବେଚିତ ହୋଇଛନ୍ତି ।
୬.ଶ୍ରେଷ୍ଠ ୫ ବ୍ୟକ୍ତିଗତ ବୋଲିଂ ପ୍ରଦର୍ଶନ: ଏହି ସିଜନରେ କାଗିସୋ ରାବାଡା (୩୦), ଯଶପ୍ରୀତ ବୁମରା(୨୭), ଟ୍ରେଂଟ ବୋଲ୍ଟ(୨୫), ଏନରିଚ ନୋର୍ତେଜେ (୨୨) ଓ ୟୁଜଭେନ୍ଦ୍ର ଚହଲ (୨୧) ଶ୍ରେଷ୍ଠ ୫ ବୋଲର ତାଲିକାରେ ରହିଛନ୍ତି ।
୭.ସର୍ବାଧିକ ଶତକ,ଅର୍ଦ୍ଧଶତକ: ଆଇପିଏଲ ଇତିହାସରେ ଶିଖର ଧାୱନ ଲଗାତାର ୨ ଶତକ ସହ ରେକର୍ଡ କରିଛନ୍ତି । ସେହିପରି କେଏଲ ରାହୁଲ ସର୍ବାଧିକ ୫ ଅର୍ଦ୍ଧଶତକ କରିଛନ୍ତି । ରାହୁଲ, ମୟଙ୍କ ଅଗ୍ରୱାଲ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ଶତକ କରିଛନ୍ତି ।
୮.ଏମର୍ଜିଂ ପ୍ଲେୟାର ଅଫ ଦି ଇୟର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦେବଦତ ପାଡିକଲ ପ୍ରଭାବୀ ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ଇୟର ହୋଇଛନ୍ତି ।

୯. ଡଟବଲ: ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚ୍ଚର(୧୭୫) ସର୍ବାଧିକ ଡଟବଲ ଓ ମୁମ୍ବାଇର ଟ୍ରେଂଟ ବୋଲ୍ଟ (୩) ଅଧିକ ମେଡେନ ଓଭର ପକାଇଛନ୍ତି ।
୧୦.୬୦୦ରୁ ଅଧିକ ରନ : ୨ଜଣ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ (୬୭୦)ଓ ଶିଖର ଧାୱନ(୬୧୮) ୬୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି ।

 

Leave A Reply

Your email address will not be published.