Latest Odisha News

ଉପନିର୍ବାଚନ ଫଳାଫଳ: ‘କଂଗ୍ରେସ ପରାଜୟ ପଛରେ କଂଗ୍ରେସ ହିଁ ଦାୟୀ’

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିକୁ ମିଳିଛି ବଡ ବିଜୟ । ପରାଜୟର ସାମ୍ନା କରିଛି ବିଜେପି ଓ କଂଗ୍ରେସ । ଦୁଇ ଆସନରେ କଂଗ୍ରେସ ପୁରା ଧରାଶାୟୀ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟର ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ ।

ବାଲେଶ୍ୱର ଓ ତିର୍ତୋଲରେ କଂଗ୍ରେସ ପରାଜୟ ପଛରେ କଂଗ୍ରେସ ହିଁ ଦାୟୀ ବୋଲି କହିଛନ୍ତି ସୁର ରାଉତରାୟ । ଦଳର କିଛି ନେତାଙ୍କ ଅନ୍ତର୍ଘାତି କାର୍ଯ୍ୟ ପାଇଁ ଦଳ ହାରିଥିବା ସେ କହିଛନ୍ତି । ନେତାମାନେ ବାଲେଶ୍ୱରରେ ଠିକ ଭାବେ ପ୍ରଚାର କଲେନି, ଉପର ଠାଉରିଆ ଭାବେ ପ୍ରଚାର କଲେ ବୋଲି କହିଛନ୍ତି ସୁର ରାଉତରାୟ ।

ସେପଟେ ଉପନିର୍ବାଚନରେ ବିଜେପିର ପରାଜୟକୁ ନେଇ ସମୀର ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ଜନମତକୁ ନମ୍ରତାର ସହ ସ୍ୱୀକାର କରୁଛନ୍ତି ଓ ସମ୍ମାନ ଜଣାଉଥିବା କହିଛନ୍ତି ସମୀର ମହାନ୍ତି । ପ୍ରସଙ୍ଗ ଭିର୍ତିକ ନିର୍ବାଚନ ଲଢିଥିଲେ । ରାଜ୍ୟରେ ଏଣିକି ଦ୍ୱିପାକ୍ଷିକ ଲଢେଇ ହେବ ବୋଲି ଏହି ନିର୍ବାଚନ ସ୍ପଷ୍ଟ ସଂକେତ ଦେଇଛି।

ଅନ୍ୟପଟେ, ଉପନିର୍ବାଚନରେ ସଫଳତାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏହି ନିର୍ବାଚନ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ଥିଲା । ବିଜେଡି ଜିତିବାର ମୂଳମନ୍ତ୍ର ନବୀନ ମନ୍ତ୍ର ଓ ତା ସହିତ ବିକାଶ ଓ ସୁଶାସନ । ପ୍ରତାପ ଜେନା କହିଛନ୍ତି ଯେ,  ଗତ ନିର୍ବାଚନରେ ବାଲେଶ୍ୱର ସଦର ଆସନ ବିଜେପି ପାଖରେ ଥିଲା । ବିଜେପି ଯେତିକି ଭୋଟରେ ଜିତିଥିଲା ଆମେ ମଧ୍ୟ ସେତିକିରେ ଜିତିଲୁ ।

Leave A Reply

Your email address will not be published.