Latest Odisha News

BREAKING NEWS

ଅର୍ଣ୍ଣବ ଗୋସ୍ୱାମୀ ମାମଲା: ବିରକ୍ତି ହେଲେ ସୁପ୍ରିମକୋର୍ଟ, ମହାରାଷ୍ଟ୍ର ସରକାରଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଆବେଦନ ଶୁଣାଣିବେଳେ ସୁପ୍ରିମକୋର୍ଟ କଡା ମନ୍ତବ୍ୟ ଦେଇଛନ୍ତି । ଯଦି ରାଜ୍ୟ ସରକାର ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବେ, ତାହେଲେ ସେମାନେ ଜାଣିବା ଦରକାର ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରହିଛି। ମହାରାଷ୍ଟ୍ର ସରକାର ରିପବ୍ଲିକ୍ ଟିଭି ମଧ୍ୟରେ ହୋଇଥିବା ବିବାଦ ବାବଦରେ ଶୁଣାଣି କରି କୋର୍ଟ ଏହା କହିଛନ୍ତି। ଏଥିସହ ବମ୍ବେ ହାଇକୋର୍ଟରେ ଅର୍ଣ୍ଣବଙ୍କ ଜାମିନ ନାମଞ୍ଜୁର ହେବା ପ୍ରସଙ୍ଗରେ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟର ଗୋସ୍ୱାମୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଦଲିଲ ରଖିଛନ୍ତି। ମହାରାଷ୍ଟ୍ର ସରକାର ଆଣିଥିବା ଅଭିଯୋଗର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ୍ ଚନ୍ଦ୍ରଚୁଡ଼ କହିଛନ୍ତି, ‘ଯଦି ଆମେ ସାମ୍ବିଧାନିକ କୋର୍ଟ ଭାବରେ ବ୍ୟକ୍ତିଗତ ସ୍ୱାଧୀନତା ସୁରକ୍ଷା କରିବୁନି, ତାହେଲେ କିଏ କରିବ? ବୋଲି ପ୍ରଶ୍ନ କରିଛନ୍ତି। ଜଷ୍ଟିସ ଚନ୍ଦ୍ରଚୁଡ ଆହୁରି କହିଛନ୍ତି ଯେ ଏହା ଆତଙ୍କବାଦୀ ମାମଲା ନୁହେଁ। କୋର୍ଟ ଏଭଳି କହିବାର କାରଣ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ୍ ପଠାଇବା ବେଳେ ପୁଲିସ ଆତଙ୍କବାଦୀ ଭଳି ଭାବରେ ବ୍ୟବହାର କରିଥିଲା।

୨୦୧୮ ମସିହାରେ ଅନବ୍ୟ ନାଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଗିରଫ ପରେ ଗୋସ୍ୱାମୀଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ବମ୍ବେ ହାଇକୋର୍ଟ ଗୋସ୍ୱାମୀଙ୍କ ଜାମିନ ନାମଞ୍ଜୁର ହେବାରୁ ଅର୍ଣ୍ଣବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Comments are closed.