Latest Odisha News

ଅଧିକ ସୁନା ଆଣିଥିବାରୁ ମୁମ୍ବାଇ ବିମାନ ବନ୍ଦରରେ କ୍ରିକେଟର କୃଣାଳ ପାଣ୍ଡ୍ୟାଙ୍କୁ ପଚରାଉଚରା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କୃଣାଳ ପାଣ୍ଡ୍ୟା ଆବଶ୍ୟକତାଠାରୁ ଅଧିକ ସୁନା ଆଣିଥିବାରୁ ଫସିଛନ୍ତି । ତାଙ୍କୁ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆଣିଥିବା ସୁନାର କାଗଜପତ୍ର ଦେଖାଇବା ପାଇଁ ପାଣ୍ଡ୍ୟାଙ୍କୁ କଷ୍ଟମ ଅଧିକାରୀମାନେ କହିଛନ୍ତି । ନିୟମ ଅନୁସାରେ ଜଣେ ପୁରୁଷ ବ୍ୟକ୍ତି ବିଦେଶରୁ ୫୦ ହଜାର ଟଙ୍କାର ଡ୍ୟୁଟି ଫ୍ରି ସୁନା ଆଣିପାରିବେ । ସେହିପରି ମହିଳାମାନେ ୧ ଲକ୍ଷ ଟଙ୍କାର ସୁନା ଆଣିପାରିବେ । ଏହା କେବଳ ସୁନାର ଅଳଙ୍କାର ପ୍ରତି ଲାଗୁ । ସ୍ୱର୍ଣ୍ଣ ମୁଦ୍ରା ଓ ବିସ୍କୁଟ ପାଇଁ ଡ୍ୟଟି ଦେବାକୁ ପଡିଥାଏ ।

କୃଣାଳଙ୍କ ନିକଟରୁ ସୁନା, କଙ୍ଗଣ, ଦାମିକିଆ ଘଡି ଓ ଆଉ କେତେକ ଦାମୀ ସାମଗ୍ରୀ ମଧ୍ୟ ମିଳିଛି । ଏଗୁଡିକର କାଗଜପତ୍ର ସେ କଷ୍ଟମ ଅଧିକାରୀଙ୍କୁ ଦେଖାଇପାରି ନ ଥିଲେ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଘୋଷଣା ହେବା ପରେ ମନୋନୀତ ଖେଳାଳି ଦୁବାଇରୁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ଅନ୍ୟମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି ।

Leave A Reply

Your email address will not be published.