Latest Odisha News

ଆଇଆରସିଟିସି ଦୁର୍ନୀତି ମାମଲାରେ ଲାଲୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଲା

ନୂଆଦିଲ୍ଲୀ : ଆଇଆରସିଟିସି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଟିଆଲା କୋର୍ଟ ଗୁରୁବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍ କୋର୍ଟ ଗୁରୁବାର ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜି ଭିଡିଓ କନ୍ଫରେନସ୍ ଜରିଆରେ ଲାଲୁ କୋର୍ଟରେ ରାଞ୍ଚି ହାଜର ହୋଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୧୯ ତାରିଖରେ ହେବ ବୋଲି ଜଣାପଡ଼ିଛି।

ସେହିପରି ଏହି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ, ପୁତ୍ର ତେଜସ୍ୱୀ ଯାଦବଙ୍କୁ ପୂର୍ବରୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୦୬ ମସିହାରେ ଆଇଆରସିଟିସି ହୋଟେଲ ନିର୍ମାଣରେ ଅନିୟମିତତା ଓ ଲାଞ୍ଚ ନେବା ଘଟଣାରେ ଲାଲୁଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଆହୁରି ମଧ୍ୟ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କ ଅନ୍ତରୀଣ ଜାମିନ ଶେଷ ହେବା ପରେ ରାଞ୍ଚିଠାରେ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

ପରବର୍ତ୍ତୀ ସମୟରେ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାରେ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି ।

Comments are closed.