Latest Odisha News

BREAKING NEWS

ରୋମାନ୍ସରେ ବି କମେଡି କରିବେ ଆୟସ୍ମାନ୍ ଓ ସାରା ଅଲ୍ଲି ଖାନ୍ !

ମୁମ୍ବାଇ: ଫିଲ୍ମ ଚଣ୍ଡିଗଡ କରେ ଆଶିକିର ସୁଟିଂରେ ବ୍ୟସ୍ତ ଅଛନ୍ତି ଆୟୁସ୍ମାନ ଖୁରାନା । ଫିଲ୍ମର ନିର୍ଦ୍ଦେଶନା ଭାର ଅଭିଷେକ କାପୁର ସମ୍ଭାଳିଥିବାବେଳେ ଫିମେଲ୍ ଲିଡ୍ ରୋଲ୍‌ରେ ନଜର ଆସିବେ ବାଣୀ କାପୁର । ତେବେ ଖୁବଶୀଘ୍ର ଆୟୁସ୍ମାନଙ୍କୁ ଅଭିନେତ୍ରୀ ସାରା ଅଲ୍ଲି ଖାନଙ୍କ ସହ ବଡ ପରଦାରେ ଦେଖିବାକୁ ମିଳିବ ।

ରିପୋର୍ଟ ଅନୁଯାୟୀ ଦିନେଶ ଭିଜାନଙ୍କ ଅପକମିଂ ରୋମାଣ୍ଟିକ କମେଡି ଫିଲ୍ମରେ ଆୟୁସ୍ମାନ ଓ ସାରା ଅଲ୍ଲି ଖାନଙ୍କୁ ପ୍ରଥମଥର ପାଇଁ ଏକାଠି ଦେଖିବାକୁ ମିଳିବ । ତାଜା ସ୍ଥିତିରେ ଏହି ଫିଲ୍ମର ଟାଇଟଲ୍ ସ୍ଥିର ହୋଇନଥିଲାବେଳେ ଏହାର ସ୍କ୍ରିପ୍ଟିଂ କାମ ଜାରି ରହିଛି ।

ଗୋଟେପଟେ ଆୟୁସ୍ମାନ ଚଣ୍ଡିଗଡ କରେ ଆଶିକି ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବାବେଳେ ସେପଟେ ସାରା ଅଲ୍ଲି ଖାନ କୁଲି ନମ୍ବର-୧ର ପ୍ରମୋଶନ କାମ ସାରିଛନ୍ତି । ଏବେ ଫିଲ୍ମ ଅତରଙ୍ଗୀ ରେ ର ସୁଟିଂ ପାଇଁ ସଜବାଜ ହେଉଛନ୍ତି । ଏପରି ସ୍ଥିତିରେ ଦିନାଶ ଭିଜାନଙ୍କ ଫିଲ୍ମକୁ ନେଇ କୌଣସି ଅଫିସିଆଲ୍ ଷ୍ଟେଟମେଣ୍ଟ ସାମ୍ନାକୁ ଆସିନି । ତେବେ ୨୦୨୧ ଜାନୁଆରୀ ମାସରେ ଏହାର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.