Latest Odisha News

BREAKING NEWS

ହୀରାକୁଦରେ ଇକୋ ରିଟ୍ରିଟ; ଜଳକ୍ରୀଡାରୁ ରୋପୱେ ରାଇଡିଂର ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର: ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ। ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି।

ଉକ୍ତ ୫ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା। ପ୍ରାକୃତିକ ପରିବେଶରେ ଭରପୁର ସମ୍ବଲପୁରରେ ଏଥର ପର୍ଯ୍ୟଟକ ଉଠାଇବେ ଇକୋ ରିଟ୍ରିଟର ମଜା।

ହୀରାକୁଦର ଇକୋ ରିଟ୍ରିଟରେ ଜଳକ୍ରୀଡାରୁ ରୋପୱେ ରାଇଡିଂର ମଜା ନେଇପାରିବେ ପର୍ଯ୍ୟଟକ। କୋଣାର୍କ ଭଳି ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଜଳଭଣ୍ଡାର କଡରେ ଥିବା ଜମାଦାର ପାଲି ଅଞ୍ଚଳରେ ଆୟୋଜିତ ହେବାକୁ ଯାଉଛି ଇକୋ ରିଟ୍ରିଟ।

ନୀଳ ଗଭୀର ଜଳରାଶି, ସବୁଜ ବନାନୀରେ ଭରପୂର ଜଙ୍ଗଲ ଆଉ ପ୍ରାକୃତିକ ପରିବେଶକୁ ଅତି ନିକଟରୁ ଉପଭୋଗ କରିପାରିବେ ପର୍ଯ୍ୟଟକ। ଚଳିତ ଥର ପ୍ରଥମଥର ପାଇଁ ସମ୍ବଲପୁରରେ ଏପରି ଫେଷ୍ଟିଭାଲର ଆୟୋଜନ ହେଉଥିବାରୁ ସଜେଇ ହେଲାଣି ସମଗ୍ର ସହର।

ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ଫେଷ୍ଟିଭାଲ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ଜୋରଦାର ପ୍ରସ୍ତୁତି ।

ଅତିଥିଙ୍କ ପାଇଁ ଜଳକ୍ରୀଡା, ଅଭୟାରଣ୍ୟ ସଫାରୀ,ହୀରାକୁଦ ରୋପ ୱେ ରାଇଡ, ସାଇକେଲ ରାଇଡିଂ, ରାଇଫଲ ସୁଟିଂ ଭଳି ବୋଟିଂର ବ୍ୟବସ୍ଥା କରିଛି ପର୍ଯ୍ୟଟନ ବିଭାଗ । ଏହାସହ ଅତିଥିଙ୍କ ପାଇଁ କଟେଜ, ସମ୍ମିଳନୀ କକ୍ଷ, ଅଭ୍ୟର୍ଥନା ଗୃହ, ରେସ୍ତୋରାଁର ମଧ୍ୟ ବ୍ୟବସ୍ଥା କରିଛି ପ୍ରଶାସନ।

ଅନ୍ୟପଟେ ପର୍ଯ୍ୟଟକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏଥିପ୍ରତି ଖାସ୍ ଦୃଷ୍ଟି ଦିଆଯାଇଛି। ଇକୋ ରିଟ୍ରିଟ ହେଲେ କେବଳ ପର୍ଯ୍ୟଟକ ଆନନ୍ଦ ଉଠାଇବେ ତାହା ନୁହେଁ ପର୍ଯ୍ୟଟନ ସ୍ଥଳୀରେ ରୋଜଗାର କରି ପେଟ ପୋଷୁଥିବା ଲୋକ ମଧ୍ୟ ଉପକୃତ ହେବେ।

Leave A Reply

Your email address will not be published.