Latest Odisha News

ଡିଜିଟାଲ୍‌ ମଞ୍ଚରୁ ମାରୁତିକୁ ବଡ଼ ଫାଇଦା; ଅନ୍‌ଲାଇନ୍‌ରେ ବିକ୍ରି ହେଲା ୨ ଲକ୍ଷରୁ ଅଧିକ କାର୍‌

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) ଅନଲାଇନରେ ଦୁଇ ଲକ୍ଷରୁ ଅଧିକ କାର ବିକ୍ରି କରିଛି। ସୋମବାର କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କମ୍ପାନୀ ଦୁଇ ବର୍ଷ ପୂର୍ବେ ଏହାର ଅନଲାଇନ୍ ବିକ୍ରୟ ପ୍ଲାଟଫର୍ମ ଆରମ୍ଭ କରିଥିଲା। ଏହି ଡିଜିଟାଲ୍ ପ୍ଲାଟଫର୍ମ ସହିତ କମ୍ପାନୀ ସାରା ଦେଶରେ ପ୍ରାୟ ୧୦୦୦ ଡିଲରସିପ୍ ସଂଯୋଗ କରିଛି। ମାରୁତି ସୁଜୁକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ ଏବଂ ବିକ୍ରୟ) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ ଯାନ ବିକ୍ରୟ ପାଇଁ ଡିଜିଟାଲ ପ୍ଲାଟଫର୍ମ ୨୦୧୮ରେ ଆରମ୍ଭ କରାଯାଇଥିଲା। ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଆମର ବିକ୍ରୟ ଏପ୍ରିଲ, ୨୦୧୯ଠାରୁ ଦୁଇ ଲକ୍ଷ ୟୁନିଟ୍ ଅତିକ୍ରମ କରିଛି। ”

ସେ କହିଛନ୍ତି ଯେ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଗ୍ରାହକଙ୍କ ଅନୁସନ୍ଧାନ ସଂଖ୍ୟା ୨୧ ଲକ୍ଷରେ ପହଞ୍ଚିଛି। ଶ୍ରୀବାସ୍ତବ ‘ଗୁଗୁଲ୍ ଅଟୋ ଗିଅର୍ ସିଫ୍ଟ ଇଣ୍ଡିଆ -୨୦୨୦ ରିପୋର୍ଟ’ କୁ ଉଦ୍ଧୃତ କରି କହିଛନ୍ତି ଯେ ନୂତନ କାର ବିକ୍ରିର ୯୫ ପ୍ରତିଶତ ବିକ୍ରି ଡିଜିଟାଲ୍ ଭାବେ ପ୍ରଭାବିତ ହୋଇଛି। ଗ୍ରାହକମାନେ କୌଣସି ଗାଡି କିଣିବା ପୂର୍ବରୁ ଅନଲାଇନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ସୂଚନା ପାଆନ୍ତି ଏବଂ ପରେ ଡିଲରସିପ୍ କୁ ଯାଆନ୍ତି।

Leave A Reply

Your email address will not be published.