Latest Odisha News

ହତ୍ୟା ମାମଲା ରୁଜୁ ପରେ ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ସୋମବାର ଦିନ ଓଡ଼ିଶା ସରକାର ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରିଛନ୍ତି।

ଶ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ମାଲକାନଗିରି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ୨୦୧୪ ବ୍ୟାଚର ଆଇଏଏସ୍ ଅଫିସର ୟେଦୁଲା ବିଜୟ। ଯିଏକି ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟରତ।

ଗତ ରବିବାର ଦିନ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବ ନାରାୟଣ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ୪ ଜଣ କର୍ମଚାରୀଙ୍କ ବିରୋଧରେ ଏକ ମାମଲା କରିଥିଲା।

ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଆଇପିସି ଧାରାର ୩୦୨, ୫୦୬, ୨୦୧, ୨୦୪, ୧୨୦ (ଖ) ଏବଂ ୩୪ ଲଗାଇଛି ।

ସ୍ୱର୍ଗତ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ଏନେଇ ଏକ ପିଟିସନ୍ କୋର୍ଟରେ ଦାଏର କରିଥିଲେ । ଯାହା ପରେ କୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀ ପଣ୍ଡା ନିଖୋଜ ହେବାପରେ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ବନଜା ଥାନାରେ ଅଭିଯୋଗ କରିଥିଲେ ।

Comments are closed.