Latest Odisha News

ସ୍ବାଭିମାନ ଅଞ୍ଚଳରେ ଆଉ ୩ଟି ମୋବାଇଲ ଟାୱାର ଲାଗି ଯୋଜନା: ମୁଖ୍ୟମନ୍ତ୍ରୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨୦୧୮ ଜୁଲାଇ ମାସରେ ସେ ସ୍ବାଭିମାନ ଅଞ୍ଚଳକୁ ଯିବା ସହ ଗୁରୁପ୍ରିୟା ସେତୁର ଉଦଘାଟନ କରିଥିଲେ।

ସ୍ବାଭିମାନ ଅଞ୍ଚଳର ବିକାଶ କାମକୁ ଆଗେଇ ନେବାକୁ ସେତେବେଳେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଥିଲା। ଯାହାକୁ ପରବର୍ତ୍ତୀ ସମୟରେ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଆହୁରି ମଧ୍ୟ ସ୍ବାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଥିବା ବେଳେ ୪ଜି ସୁବିଧା ସହ ଆଉ ତିନୋଟି ଟାୱାର କରିବାକୁ ଆମର ଯୋଜନା ରହିଛି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

Comments are closed.