Latest Odisha News

BREAKING NEWS

ନନ୍ଦନକାନନରେ ୨ କଳା ଶାବକକୁ ଜନ୍ମ ଦେଲା ‘ବାଘୁଣୀ ରେଣୁକା’

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘୁଣୀ ରେଣୁକା ଆଜି ୨ଟି କଳା ରଙ୍ଗର ବାଘ ଛୁଆଙ୍କୁ ଜନ୍ମ ଦେଇଛି ।

ନନ୍ଦନକାନନର ୩୩ ନମ୍ବର ଏନକ୍ଲୋଜର୍ରେ ରହୁଥିବା ବାଘୁଣୀ ରେଣୁକା ଓ ତାର ୨ଟି ନବଜାତକ ଶାବକକୁ ସିସିଟିଭିରେ ଠାବ କରାଯାଇଥିବା ନେଇ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି ।

ଏଥିସହିତ ଉଭୟ ବାଘୁଣୀ ଓ ତାର ଦୁଇ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଲାଗାତାର ନଜର ରଖାଯାଉଥିବା ନେଇ ସେ ପ୍ରକାଶ କରିଛନ୍ତି ।

ଆହରୁି ମଧ୍ୟ ଏହି ଦୁଇ ଶାବକଙ୍କ ଜନ୍ମପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ସମସ୍ତ ୨୮ ଟି ବାଘଙ୍କ ମଧ୍ୟରେ ୧୫ଟି ସାଧାରଣ, ୯ଟି ଧଳା ଏବଂ ୪ଟି କଳା ବାଘ ରହିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.