Latest Odisha News

BREAKING NEWS

ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ରବିବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅଣ କଂଗ୍ରେସ ଓ ଅଣ ବିଜେପି ମେଣ୍ଟ କରିବା ଲକ୍ଷ୍ୟ ନେଇ ଟିଆରଏସ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ନବୀନଙ୍କୁ ଭେଟି ଏସମ୍ପର୍କରେ କୌଣସି ନିଷ୍ପତ୍ତି ନେଇପାରନ୍ତି ।

ଯଦିଓ କେସିଆର ରବିବାର ଦିନ ନବୀନଙ୍କୁ ଏବଂ ସୋମବାର ଦିନ ମମତାଙ୍କୁ ଭେଟିବା ନେଇ ତାଙ୍କ ହାଇଦ୍ରାବାଦ ସ୍ଥିତ ଅଫିସ କାର୍ଯ୍ୟାଳୟ ପକ୍ଷରୁ ଘୋଷିତ ହୋଇଛି କିନ୍ତୁ ଏନେଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ନେଇ କୌଣସି ଘୋଷଣା ହୋଇନାହିଁ ।

ଆହୁରି ମଧ୍ୟ କେ ଚନ୍ଦ୍ର ଶେଖର ରାଓ ଆସନ୍ତା ସପ୍ତାହରେ ବିଏସପି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିବାର ସମ୍ଭାବନା ରହିଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ କେସିଆର ରାଜଧାନୀ ଭୁବନେଶ୍ୱରରେ ରବିବାର ଅପରାହ୍ନ ସୁଦ୍ଧା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଯାଇ ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ଙ୍କ ସହ ସାକ୍ଷାତ କରିବା ସହ ରାତ୍ରିଯାପନ କରିବା ନେଇ ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ।

ଏହି ଅବସରରେ ସୋମବାର ଦିନ ସକାଳୁ କେସିଆର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ କରିବା ପାଇଁ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.