Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି : ରାଜ୍ୟର ବିନା ଅନୁମତିରେ ସିବିଆଇ ଯାଂଚ ହୋଇପାରିବନି

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଆଗକୁ ରାଜ୍ୟ ସରକାର ବିନା ଅନୁମତିରେ ସିବିଆଇ ତଦନ୍ତ ହୋଇପାରିବ ନାହିଁ । ୮ ଅଣ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ମିଜୋରମ ଓ ପଞ୍ଜାବ ସିବିଆଇ ଯାଂଚ ଉପରେ କଟକଣା ଲଗାଇ ସାରିଛନ୍ତି ।

ବିଚାରପତି ଏ.ଏମ.ଖାନୱିଲକର ଏବଂ ବି.ଆର, ଗଭାଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ସମ୍ବିଧାନର ବ୍ୟବସ୍ଥା କିପରି ସୁଚାରୁରୂପେ ପରିଚାଳିତ ହୋଇପାରିବ ସେ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସୁଶାନ୍ତ ସିଂ ରାଜପୁତ କେସରେ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ବିରୋଧ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Comments are closed.