Latest Odisha News

NHRC ଗାଇଡଲାଇନ ଅନୁସାରେ ପୋଲିସ ହେପାଜତରେ ମୃତ୍ୟୁ ଅଭିଯୋଗ ତଦନ୍ତ: ପୋଲିସ ଡିଜି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ୍‌ ହେପାଜତରେ ଯପୁବକଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଘଟଣାର ତଦନ୍ତ ହେବ । ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଜାତୀୟ ମାନବାଧିକା କମିଶନ ବା NHRCଙ୍କ ଗାଇଡଲାଇନ ରହିଛି ।

ଡାକ୍ତରୀ ଟିମ୍ ପୋଷ୍ଟମର୍ଟମ କରୁଛନ୍ତି । ସମସ୍ତ ପ୍ରକ୍ରିୟା ଭିଡିଓଗ୍ରାଫି କରାଯାଉଛି । NHRCଙ୍କ ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ ବୋଲି ପୋଲସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଓ ପୁରୀ ବାସେଳିସାହି ଥାନାରେ ପୋଲିସ ହେପାଜତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ପରିବାର ଲୋକ ପୋଲିସ ମାଡ଼ରେ ସେମାନଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.