Latest Odisha News

ପୁନର୍ବାର ବାପା ହେଲେ ଏବି ଡିଭିଲର୍ସ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଖେଳାଳି ଏବି ଡିଭିଲର୍ସ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଡିଭିଲର୍ସ ଏଥର କନ୍ୟା ସନ୍ତାନର ବାପା ହୋଇଛନ୍ତି । ସେ ଏହି ଖବର ସୋସିଆଲ ସାଇଟରେ ଶେୟାର କରିବା ସହ ପତ୍ନୀ ଡ୍ୟାନିୟଲ ଓ ଝିଅ ୟେଟେଂର ଫଟୋ ଛାଡିଛନ୍ତି । ଦୀର୍ଘ ଦିନ ପ୍ରେମ କରିବା ପରେ ଡିଭିଲର୍ସ ଓ ଡ୍ୟାନିୟଲ ୨୦୧୩ରେ ବିବାହ କରିଥିଲେ । ୨୦୧୫ରେ ସେମାନଙ୍କ ପ୍ରଥମ ସନ୍ତାନ ଆବ୍ରାହମ ଏବଂ ୨୦୧୭ରେ ଜନ ଡିଭିଲର୍ସ ଜନ୍ମ ହୋଇଥିଲେ ।

ଆଇପିଏଲ ଫେରିବା ପରେ ସେ ପରିବାର ସହ ସମୟ କାଟିବା ପାଇଁ ବିଗବାଶ ଲିଗରୁ ଓହରି ଯାଇଥିଲେ । ୨୦୧୮ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏବେ ସେ ଜାତୀୟ ଦଳକୁ ଫେରିବା ନେଇ କଳ୍ପନା ଜଳ୍ପନା ଚାଲିଛି ।

Leave A Reply

Your email address will not be published.