Latest Odisha News

BREAKING NEWS

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୫.୭୧ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମାମଲା ପ୍ରାୟ ୬୦ ନିୟୁତରେ ପହଞ୍ଚିଛି। ବିଶ୍ୱର ୨୧୮ ଟି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୭୧ ହଜାରରୁ ଅଧିକ ନୂତନ କରୋନା ସଂକ୍ରମଣ ରିପୋର୍ଟ ହୋଇଛି। ଏଥିସହ ୮,୮୮୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ମୃତ୍ୟୁ ହାର ସର୍ବାଧିକ ରହିଛି। ଏହା ପରେ ମେକ୍ସିକୋ, ଇଟାଲୀ, ପୋଲାଣ୍ଡ, ଭାରତ, ଋଷିଆ, ଇରାନ, ବ୍ରିଟେନରେ ସର୍ବାଧିକ ମୃତ୍ୟୁ ଘଟିଛି।

ୱାର୍ଲଡ୍‌ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୫ କୋଟି ୮୪ ଲକ୍ଷ ୭୦ ହଜାର କରୋନା ମାମଲା ରିପୋର୍ଟ ହୋଇଛି। ଏଥି ସହିତ, ଏପର୍ଯ୍ୟନ୍ତ ୧୩ ଲକ୍ଷ ୮୫ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ୪ କୋଟି ୪ ଲକ୍ଷରୁ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧ କୋଟି ୬୬ ଲକ୍ଷ ୨୬ ହଜାର ଲୋକ ଏବେବି କରୋନା ସଂକ୍ରମିତ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Comments are closed.