Latest Odisha News

BREAKING NEWS

ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର !

ପାଲିତାନା : ଅନନ୍ୟ ପରମ୍ପରା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ଭାରତ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ତେବେ ଭାରତ ଏକ ରହସ୍ୟମୟ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଇତିହାସ ହେଉ କି ପୌରାଣିକ ଗାଥା । କାହିଁ କେଉଁ ଅଜଣା ଯୁଗରୁ ଭାରତ ଅନେକ ଅକୁହା ଓ ଅଜଣା ରହସ୍ୟକୁ ନେଇ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଆସିଛି । କାଶ୍ମୀରଠୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ନିଜ ଭିତରେ ଭାରତ ସାଇତି ରଖିଛି ଅନେକ ଗାଥା । ତେବେ ଭାରତରେ ଏମିତି ବି ଏକ ସହର ଅଛି ଯାହା ବିଶ୍ୱର ପ୍ରଥମ ଶାକାହାରୀ ସହର ଭାବେ ଖ୍ୟାତି ହାସଲ କରିଛି ।

ଗୁଜରାଟର ଭାବନଗର ଜିଲ୍ଲାର ଏକ ଛୋଟ ସହର ପାଲିତାନା । ଏହି ସହରର ପ୍ରାୟ ସମସ୍ତ ଲୋକେ ଜୈନ ଧର୍ମ ଦ୍ୱାରା ଦିକ୍ଷୀତ । ଭକ୍ଷଣ ପାଇଁ ପଶୁପକ୍ଷୀଙ୍କୁ ହତ୍ୟା, ଅଣ୍ଡା କିମ୍ବା ମାଛ ଓ ମାଂସ ବିକ୍ରୟକୁ ଏହି ସହରରେ ସମ୍ପୁର୍ନ ଭାବେ ବେଆଇନ ଓ ନିଷେଧ ଘୋଷଣା କରାଯାଇଛି । ପାହାଡ ପାଖରେ ସ୍ଥିତ ଏହି ସହରରେ ରହିଛି ୮୦୦ରୁ ଅଧିକ ଜୈନ ମନ୍ଦିର । ଯାହା ଜୈନ ଧର୍ମାବଲମ୍ବୀ ତଥା ସନ୍ନ୍ୟାସୀଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ନ । ତେବେ ଖାଲି ଶାକାହାରୀ ଲୋକଙ୍କ ପାଇଁ ନୁହେଁ, ବରଂ ଶତାଧିକ ମନ୍ଦିର ପାଇଁ ମଧ୍ୟ ଏହି ସହର ବିଶ୍ୱବିଖ୍ୟାତ ପାଲଟିଛି ।

ଯଦି ଆପଣ ଆମିଷ ପ୍ରିୟ , ତେବେ ଏହି ସହର ଆପଣଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।

କ’ଣ କହେ ଇତିହାସ ?

୨୦୧୪, ପାଲିତାନାରେ ଆମିଷ ଭକ୍ଷଣକୁ ନେଇ ସମ୍ପୁର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ ରାଜ୍ୟ ସରକାର । ତେବେ ଏଥିପାଇଁ ଜୈନ ଶ୍ରମଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତତ୍କାଳୀନ ସମୟରେ ୨୦୦ରୁ ଅଧିକ ଜୈନ ଶ୍ରମଣ ସହରରେ ଥିବା ୨୫୦ଟି କଂସେଇଖାନା ବନ୍ଦ କରିବା ଓ ଆମିଷ ଭକ୍ଷଣ ଉପରେ ରୋକ ଲଗାଇବା ପାଇଁ ଆମରଣ ଅନଶନ କରିଥିଲେ । ଶେଷରେ ଜୈନ ଶ୍ରମଣଙ୍କ ଆଗରେ ମୁଣ୍ଡ ନୁଆଁଇଥିଲା ସ୍ଥାନୀୟ ସରକାର । ସେବେଠୁ ଏହି ସହରକୁ ସମ୍ପୁର୍ଣ୍ଣ ଶାକାହାରୀ ଭାବେ ଘୋଷଣା କରାଯାଇଥିଲା । ଏହି ସହରର ଲୋକେ ଖାସ କରି କ୍ଷୀର, ଲହୁଣୀ, ଘିଅ ଓ ଅନ୍ୟ ଦୁଗ୍‌ଧ ଜାତ ଖାଦ୍ୟ ଗ୍ରହଣ କରିଥାନ୍ତି ।

Leave A Reply

Your email address will not be published.