Latest Odisha News

ଦେବ ଦୀପାବଳି ଅବସରରେ ବାରଣାସୀ ଗସ୍ତ କରିପାରନ୍ତି ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବର ଅର୍ଥାତ୍ ଦେବ ଦୀପାବଳି ଦିନ ବାରାଣାସୀକୁ ଆସିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭାବ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବାରାଣାସୀ ଜିଲ୍ଲା ପ୍ରଶାସନ ଅନୁଯାୟୀ, ନଭେମ୍ବର ୩୦ ତାରିଖ ଅର୍ଥାତ୍‌ ଦେବ ଦୀପାବଳି ଦିନ ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ସମ୍ପର୍କରେ ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ସମ୍ଭାବ୍ୟ ସୂଚନା ମିଳିଛି ଯାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବ ଦୀପାବଳି ଦିନ ଆସନ୍ତି, ତେବେ ସେ ଦେବ ଦୀପାବଳି ଏବଂ ସାରନାଥରେ ପର୍ଯ୍ୟଟନ ବିଭାଗର ଲାଇଟ୍‌ ଏବଂ ସାଉଣ୍ଡ କାର୍ଯ୍ୟକ୍ରମ ଦେଖିବାକୁ ଯାଇପାରନ୍ତି। ଏହା ବ୍ୟତୀତ କାଶୀ ବିଶ୍ୱନାଥ ଚତୁଃପାର୍ଶ୍ବ ପରିଦର୍ଶନ କରିବାର ମଧ୍ୟ ସମ୍ଭାବନା ରହିଛି। ଏନ୍‌ଏଚ୍‌ଏଆଇ ର ଏକ ପ୍ରକଳ୍ପ ଲୋକର୍ପଣ କରିବାର ସମ୍ଭାବନା ମଧ୍ୟ ରହିଛି।

Comments are closed.