Latest Odisha News

BREAKING NEWS

କେୟାର ହସ୍ପିଟାଲସ୍ ପକ୍ଷରୁ ଭୁବନେଶ୍ୱରରେ ବିରଳ ୟୁନିକମ୍ପାର୍ଟମେଂଟାଲ ଆଣ୍ଠୁ ରିପ୍ଲେସ୍‌ମେଂଟ୍ ସର୍ଜରି ସମ୍ପାଦିତ

ଭୁବନେଶ୍ୱର: ଡକ୍ଟର ସନ୍ଦୀପ ସିଂହଙ୍କ ନେତୃତ୍ୱରେ କେୟାର ହସ୍ପିଟାଲସ୍‌ର ଅସ୍ଥିଶଲ୍ୟ ସର୍ଜନମାନଙ୍କ ଏକ ଟିମ୍ ପକ୍ଷରୁ ଭୁବନେଶ୍ୱରରେ ଏକ ବିରଳ ୟୁନିକମ୍ପାର୍ଟମେଂଟାଲ ନି ରିପ୍ଲେସମେଂଟ୍ (ୟୁକେଆର୍‌) ସର୍ଜରି କରାଯାଇଛି । ଏହି ନି ରିପ୍ଲେସମେଂଟ୍ ସର୍ଜରି ସମୟରେ ନଷ୍ଟ ହୋଇଯାଇଥିବା ହାଡ଼ ଓ ଉପଅସ୍ଥିକୁ ଧାତବ ଏବଂ ପ୍ଲାଷ୍ଟିକ ଉପାଦାନ ଜରିଆରେ ପୁନଃ ସ୍ଥାପିତ କରାଯାଇଥିଲା ।

ୟୁନିକମ୍ପାର୍ଟମେଂଟାଲ୍ ନି ରିପ୍ଲେସମେଂଟ୍‌ରେ ଆଣ୍ଠୁର ଏକ ନିିର୍ଦିଷ୍ଟ ଭାଗକୁ ବଦଳାଇ ଦିଆଯାଏ । ଯେଉଁ ରୋଗୀଙ୍କ ରୋଗର ଅଂଶ ଆଣ୍ଠୁର ଏକ ନିର୍ଦିଷ୍ଟ ଅଂଶ ଭିତରେ ସୀମିତ ସେମାନଙ୍କ ପାଇଁ ଟୋଟାଲ ନି ରିପ୍ଲେସମେଂଟ୍ ସର୍ଜରିର ବିକଳ୍ପ ହେଉଛି ଏହି ବ୍ୟବସ୍ଥା ।

ଓଡ଼ିଶାର ବାସିନ୍ଦା ୫୪ ବର୍ଷୀୟ ରୋଗୀ ରାମନାଥ ଜେନା ନିଜ ବାମ ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିବାରୁ ହସ୍ପିଟାଲ୍ ପରିଦର୍ଶନ କରିଥିଲେ ଏବଂ ବିନା ସହାୟତାରେ ଚାଲି ପାରୁନଥିଲେ । ଡକ୍ଟର ସନ୍ଦୀପ ଓ ତାଙ୍କ ଟିମ୍ ଦ୍ୱାରା ନିଦାନ ପରେ ଅଷ୍ଟେଓଆଥରାଇଟିସ୍ ଯୋଗୁଁ ଆଣ୍ଠୁର ଏକ ନିର୍ଦିଷ୍ଟ କମ୍ପାର୍ଟମେଂଟ୍‌ରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଥିଲା ।

ଏହି ସର୍ଜରି ସମ୍ପର୍କରେ ଡକ୍ଟର ସନ୍ଦୀପ ସିଂହ, ଅର୍ଥୋପେଡିକ୍ସ ଆଣ୍ଡ୍ ଜଏଂଟ୍ ରିପ୍ଲେସ୍‌ମେଂଟ୍ ସର୍ଜନ୍‌, କେୟାର ହସ୍ପିଟାଲ୍‌ସ୍ କହିଛନ୍ତି ଯେ, “ପାରମ୍ପରିକ ଭାବେ ଟୋଟାଲ୍ ନି ରିପ୍ଲେସମେଂଟ୍ ସର୍ଜରିକୁ ପସନ୍ଦ କରାଯାଏ ଯେଉଁଥିରେ ଆଣ୍ଠୁର ସମସ୍ତ କମ୍ପାର୍ଟମେଂଟ୍‌କୁ ବଦଳାଇ ଦିଆଯାଏ । ମାତ୍ର କେତେକ ନିର୍ଦିଷ୍ଟ ମାମଲାରେ ଭିନ୍ନ ୟୁନି କମ୍ପାର୍ଟମେଂଟ ଆଥରାଇଟିସ୍ ସହ ଏକ ୟୁନିକୋଣ୍ଡିଲାୟର ନି ରିପ୍ଲେସମେଂଟ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଉପଷମ ପ୍ରଦାନ କରିଥାଏ ।’’

“ୟୁନିକୋଣ୍ଡିଲାର ନି ରିପ୍ଲେସମେଂଟ୍‌ର ଏକ ପ୍ରମୁଖ ଲାଭ ହେଉଛି ଏଥିରେ କମ୍ ବୋନରିସେକ୍ସନ ଦରକାର ହୁଏ, କମ୍ ରକ୍ତ ପ୍ରବାହ ହୁଏ, ଛୋଟ ଛିଦ୍ର କରାଯାଏ ଏବଂ ଦ୍ରୁତ ଗତିରେ ଉପଷମ ହୁଏ । ଯେହେତୁ ଆଣ୍ଠୁର ଲିଗାମେଂଟ୍‌କୁ ପ୍ରଭାବିତ କରାଯାଏ ନାହିଁ ତେଣୁ ରୋଗୀ କ୍ରୀଡ଼ା କାର୍ଯ୍ୟକଳାପରେ ମଧ୍ୟ ଅଂଶଗ୍ରହଣ କରିପାରନ୍ତି ।’’

ଏହି ସର୍ଜରି ସଂକ୍ରାନ୍ତରେ ନିଜ ଅଭିଜ୍ଞତା ବର୍ଣ୍ଣନା କରି ଶ୍ରୀଯୁକ୍ତ ରାମନାଥ ଜେନା କହିଛନ୍ତି ଯେ, “ଏହି ସର୍ଜରିକୁ ନେଇ ମୁଁ ବହୁତ ଖୁସି । ଡକ୍ଟର ସନ୍ଦୀପ ସଂହ ଓ କେୟାର ହସ୍ପିଟାଲ୍‌ର ଫାକଲଟିମାନେ ମୋର ବଢ଼ିଆ ଯତ୍ନ ନେଇଥିଲେ ଏବଂ ମୋର ସମସ୍ତ ଆବଶ୍ୟକତାକୁ ବୁଝିଥିଲେ । ସେମାନେ ମୋତେ ପଦ୍ଧତିି ବିଷୟରେ ବୁଝାଇଥିଲେ ଏବଂ ମୋତେ ସହଜ ଅନୁଭବ ପ୍ରଦାନ କରିଥିଲେ ।’’

ଡକ୍ଟର ରିତେଶ ରାୟ (ଆସୋସିଏଟ କ୍ଲିନିକାଲ ଡାଇରେକ୍ଟର ଏବଂ ଏଚ୍‌ଓଡି, କ୍ରିଟିକାଲ୍ କେୟାର ମେଡିସିନ୍‌, ଆନାସ୍ଥେସିଓଲୋଜି, କେୟାର ହସ୍ପିଟାଲ୍‌) ଓ ତାଙ୍କ ଟିମ୍‌ର ମାର୍ଗଦର୍ଶନରେ ସର୍ଜରି (ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନରେ ମୋଡିଫାଏଡ ୪-ଇନ୍‌-୧ରେ ନିରୀକ୍ଷଣ କରାଯାଇଥିଲା ଯାହା କେୟାର ହସ୍ପିଟାଲ୍‌ସର ଆନାସ୍ଥେସିଆ ବିଭାଗର ଏକ ଅଭିନବ ପରିକଳ୍ପନା ଥିଲା ଯାହା ରୋଗୀଙ୍କୁ ସର୍ଜରି ପରେ ଯନ୍ତ୍ରଣାମୁକ୍ତ ଭାବେ ଉପଷମ ହେବା ସହାୟକ ହେଉଛି ଏବଂ ଶୀଘ୍ର ଥଇଥାନ ଏବଂ ଚଳପ୍ରଚଳ କରିବାରେ ସହାୟକ ହେଉଛି । ଶ୍ରୀ ଜେନାଙ୍କ ଶୀଘ୍ର ଉପଷମ ହୋଇଥିଲା ଏବଂ ଅସ୍ତ୍ରୋପଚାରର ଚାରି ଘଂଟା ପରେ ସେ ଚଳପ୍ରଚଳ କରିଥିଲେ ।

ହସ୍ପିଟାଲର ମିସନ ସୁରକ୍ଷା ଅଭିଯାନରେ ସମସ୍ତ ପ୍ରୋଟୋକଲ୍ ଲାଗୁ କରାଯାଇଛି ଏବଂ କୌଣସି ପ୍ରକାର ଭୂତାଣୁ ସଂକ୍ରମଣରୁ ରୋଗୀଙ୍କୁ ସୁରକ୍ଷା ଦେବା ଲାଗି ମେଡିକାଲ୍ ଷ୍ଟାଫ୍‌ମାନଙ୍କ ଏକ ସ୍ୱତନ୍ତ୍ର ଟିମ୍‌କୁ ମୂତୟନ କରାଯାଇଥିଲା ।

Leave A Reply

Your email address will not be published.