Latest Odisha News

BREAKING NEWS

ସେରମ ଇନଷ୍ଟିଚ୍ୟୁଟ୍ ଯିବେ ମୋଦି, ଟିକା ନିର୍ମାଣ ଅଗ୍ରଗତିର କରିବେ ସମୀକ୍ଷା

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣେ ସ୍ଥିତି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପରିଦର୍ଶନ କରିବେ । କରୋନା ଭ୍ୟାକସିନ୍ ପ୍ରସ୍ତୁତି କାମର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି । ଶନିବାର ପ୍ରଧାନମନ୍ତ୍ରୀ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପରିଦର୍ଶନ ନେଇ ସୂଚନା ମିଳିଥିବା ବେଳେ ତାଙ୍କର ସଂପୂର୍ଣ୍ଣ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦିଆଯାଇନାହିଁ ।

କୋଭିଡ୍-୧୯ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଟିକା ପ୍ରସ୍ତୁତ କମ୍ପାନୀ ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହ ବୁଝାମଣା କରିଛି । ଡିଜିସିଆଇ ପରୀକ୍ଷଣ ଓ ବିଶ୍ଳେଷଣ ପାଇଁ ୭ଟି କମ୍ପାନୀଙ୍କୁ କୋଭିଡ୍-୧୯ ଟିକା ନିର୍ମାଣ ପାଇଁ ଅନୁମତି ଦେଇଛି । ଏହା ମଧ୍ୟରୁ ଦୁଇଟି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଜେନ୍ନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ରହିଛି । ସୂଚନା ଅନୁସାରେ ଡିସେମ୍ବର ୪ ତାରିଖରେ ୧୦୦ରୁ ଅଧିକ ଦେଶର ପ୍ରତିନିଧି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଜେନ୍ନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଗସ୍ତରେ ଆସିବେ ।

ଆଷ୍ଟ୍ରାଜେନିକା ୯୦ ପ୍ରତିଶତ ଫଳପ୍ରଦ ବୋଲି ଦାବି କରିଛି କମ୍ପାନୀ । ହେଲେ କିଛି ଲୋକଙ୍କୁ ଦିଆଯାଇଥିବା ଡୋଜରେ ତ୍ରୁଟି ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଉତ୍ପାଦନଗତ ତ୍ରୁଟି ରହିଥିବା କମ୍ପାନୀ ପକ୍ଷରୁ ସ୍ବୀକାର କରାଯାଇଛି ।

Leave A Reply

Your email address will not be published.