Latest Odisha News

BREAKING NEWS

[ଭିଡିଓ] ଭାରତୀଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି; ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ରହିବା ପାଇଁ ବାହାନା ଖୋଜି ପାଇଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ନିକଟରେ ଡ୍ରଗ୍ସ ରଖିବା ଆରୋପରେ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନ୍‌ସିବି ଗିରଫ କରିଥିଲା । ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ସାମ୍ନାକୁ ଆସିଛନ୍ତି ରାକ୍ଷା ସାୱନ୍ତ ।

କେହି ପଚାରନ୍ତୁ ଅବା ନ ପଚାରନ୍ତୁ । ବଲିଉଡର ଅନେକ ମାମଲାରେ ରାକ୍ଷୀ ନିଜ ଆଡୁ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିବା ଲାଗି ପସନ୍ଦ କରନ୍ତି । ନିକଟରେ ଏକ ଫିଲ୍ମ ପ୍ରମୋଶନର ପ୍ରେସ୍ ଇଭେଣ୍ଟରେ ରାକ୍ଷୀ କିଛି ଏପରି କହିଥିଲେ, ଡ୍ରଗ୍ସ ଲିଙ୍କ ମାମଲାରେ କେବଳ କଳାକାର କାହିଁକି ଗିରଫ ହେଉଛନ୍ତି ? କେଉଁ ମନ୍ତ୍ରୀ କି ନେତାଙ୍କ ସଂପର୍କୀୟ କାହିଁକି ଗିରଫ ହେଉନାହାଁନ୍ତି ?

ସେହିଭଳି ଭାରତୀଙ୍କୁ ସେ ନିଜ ଫ୍ୟାମିଲି ଫ୍ରେଣ୍ଡ କହିବା ସହ ତାଙ୍କ ଘରେ କେହି ଡ୍ରଗ୍ସ ରଖି ଫସାଇଥିବା କହିଥିଲେ । ଭାରତୀ ଓ ଲିମ୍ବାଚିଆଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ନେଇ ରାକ୍ଷୀ ପ୍ରେସ୍ ମିଟରେ ଖୋଲାଖୋଲି କହିବାକୁ ଆଦୌ କୁଣ୍ଠାବୋଧ କରିନଥିଲେ । ତେବେ ଶେଷରେ ଡ୍ରଗ୍ସ ମାମଲାରେ ଏନ୍‌ସିବି ଭଲ କାମ କରୁଥିବା କହି ନିଜକୁ ନିରାପଦ ସ୍ଥାନରେ ରଖିବାକୁ ରାକ୍ଷୀ ଆଦୌ ଭୁଲିନଥିଲେ ।

Leave A Reply

Your email address will not be published.