Latest Odisha News

BREAKING NEWS

ସୋନୁ ସୁଦଙ୍କ ଜବରା ଫ୍ୟାନ୍‌ । ସାଇକେଲରେ ବାହାରିଲେ ମୁମ୍ବାଇ, ଫ୍ଲାଇଟରେ ଆଣିଲେ ସୋନୁ

ମୁମ୍ବାଇ: କରୋନା ସମୟରେ ନିଜର ଭଲ କାମ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ସୋନୁ ସୁଦ୍ । କିଛି ଦିନ ହେବ ସୋନୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ତାଙ୍କ ପ୍ରିତ ଫ୍ୟାନଙ୍କ ଭଲ ପାଇବା ମଧ୍ୟ ସେହି ଅନୁସାରେ ବଢୁଛି । ଏବେ ଜଣେ ଫ୍ୟାନଙ୍କ କଥାକୁ ନେଇ ପୁଣି ଚର୍ଚ୍ଚା ହେଉଛି ।

ସୋନୁଙ୍କ ଫ୍ୟାନ୍ ଅରମାନ । ଯେ କି ସୋନୁଙ୍କୁ ଦେଖା କରିବା ପାଇଁ ବିହାରରୁ ମୁମ୍ବାଇ ସାଇକେଲରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ସୋନୁ ତାଙ୍କର ଏହି ଫ୍ୟାନଙ୍କୁ ଏତେ ପରିଶ୍ରମ କରିବାକୁ ଦେଇନଥିଲେ । ଅରମାନ ସାଇକେଲରେ ଆସୁଥିବା ଜାଣି କୌଣସି ପ୍ରକାର ସୋନୁ ତାଙ୍କ ସହ ଯୋଗାଯୋଗ କରିଥିଲେ । ସାଇକେଲ ବଦଳରେ ଫ୍ଲାଇଟରେ ମୁମ୍ବାଇ ଆଣିବାର ବ୍ୟବସ୍ଥା କରିଥିଲେ ।

କୁହାଯାଇଛି କି ଅରମାନ ସାଇକେଲରେ ହିଁ ମୁମ୍ବାଇ ଆସିବାକୁ ଚାହୁଁଥିଲା, ତେଣୁ ଅରମାନଙ୍କ ସହ ଫ୍ଲାଇଟରେ ସାଇକେଲ ଆଣିବାର ବ୍ୟବସ୍ଥା କରିଥିଲେ ସୋନୁ ସୁଦ୍ । କେବଳ ଏତିକି ନୁହଁ, ସୋନୁ ଅରମାନଙ୍କ ଏପରି ସ୍ବାଗତ କରିଥିଲେ କି ସମସ୍ତେ ଚକିତ ହୋଇଯାଇଥିଲେ । ପ୍ରଥମେ ଏୟାରପୋର୍ଟରେ ଭିଆଇପି ସ୍ବାଗତ କରାଯାଇଥିଲା । ଏହା ପରେ ତାଙ୍କୁ ଏକ ବଡ଼ ହୋଟେଲକୁ ନିଆଯାଇଥିଲା । ସୋନୁ କହିଛନ୍ତି, ଅରମାନ ଯେପରି ଖୁସିରେ ଘରକୁ ଯିବେ ସେଥିପାଇଁ ଚେଷ୍ଟା କରିଛି । ଭଲ କାମ କର, ଦିନେ ସବୁ ସ୍ବପ୍ନ ପୂରଣ ହେବ ବୋଲି ଅରମାନଙ୍କୁ କହିଛନ୍ତି ସୋନୁ ସୁଦ୍ ।

Leave A Reply

Your email address will not be published.