ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ତତ୍କାଳ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦ୍ଦେଶନାମ ଜାରି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ତେବେ ଏସମ୍ପର୍କରେ ପ୍ରଦୀପଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଗତ କିଛି ଦିନ ହେବ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ମିଡିଆରେ ଚର୍ଚ୍ଚା ହେଉଛି । ଆଉ କିଛି ଦିନ ପରେ ଆକାଶଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କର ବାହାଘର ହେବାର ଥିଲା ।
ଏବେ ଭିଜିଲାନ୍ସ ଏସଆଇଟି ଅଭୟକାନ୍ତଙ୍କ ସମ୍ପର୍କୀୟଙ୍କୁ ଜେରା ପାଇଁ ଡାକିବ ବୋଲି କହିଛି । ଚର୍ଚ୍ଚା ହେଉଛି, ସମ୍ପର୍କୀୟଙ୍କ ଭିତରେ ଆସିବେ କି ପ୍ରଦୀପ ପାଣିଗ୍ରାହୀ । କାରଣ ତାଙ୍କର ଅଭୟକାନ୍ତଙ୍କ ପୁଅ ସହ ବାହାଘର ହେବାର ଥିଲା । ଏଭଳି ଚର୍ଚ୍ଚା ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଜନ ବିରୋଧୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରର ବିଧାୟକ ଅଛନ୍ତି । ସେ ନବୀନ ସରକାରରେ ପୂର୍ବରୁ ମନ୍ତ୍ରୀ ଥିଲେ ।
BREAKING NEWS
- ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ
- ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ
- ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ
- ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ: ଯଶସ୍ୱୀ, ରାହୁଲଙ୍କ ଅର୍ଦ୍ଧଶତକ
- ଖୁବ ଶୀଘ୍ର କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ
- କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ
- ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା; ଗିରଫ ସଂଖ୍ୟା ୧୯କୁ ବୃଦ୍ଧି
- ଗୋଷ୍ଠୀଗତ ହିଂସାରେ ଜଳୁଛି ଖୈବର ପଖତୁନଖୱା, ୨୪ ଘଣ୍ଟାରେ ଗଲାଣି ୧୮ରୁ ଅଧିକ ଜୀବନ
- ମାଆ ବିରଜାଙ୍କ ନାଁରେ ବଡ଼ ଲଢେଇ !
- ମହାୟୁତିର ‘ମହା’ବିଜୟ ପଛର ବଡ଼ କାରଣ
Comments are closed.