Latest Odisha News

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ‘ବିଦ୍ୟାଳୟ ଅଫ୍ ଦି ଇୟର ୨୦୨୦’ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ବିଜନେସ୍ ଓ୍ବାଲ୍ଡ ଦ୍ୱାରା ପ୍ରଦତ୍ତ କେ ୧୨ ବିଦ୍ୟାଳୟ ବର୍ଗ ଅଧୀନରେ ‘ସ୍କୁଲ୍ ଅଫ୍ ଦି ଇୟର’ ପୁରସ୍କାର ୨୦୨୦ ହାସଲ କରିଛି।

ପୂର୍ବରୁ ଏହା 14th annual EducationWorld India School Rankings (EWISR) 2020-21 surveyରେ ଭାରତର ନଂ ୧ ସ୍କୁଲ୍ ହୋଇସାରିଥିଲା ବେଳେ ଏହି ଆୱାର୍ଡ ଆଉ ଏକ କୃତିତ୍ୱ ପାଲଟିଛି।

ଏଥିସହିତ ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲ (ଏସଆଇଆରଏସ) ରେସିଡେନ୍ସିଆଲ୍ ସ୍କୁଲ୍ କାଟେଗୋରୀରେ ବିଜନେସ୍ ଓ୍ବାଲ୍ଡ ଦ୍ୱାରା ‘Leading Residential Schools in India Award 2020’ ପାଇଛି। ଏହି ସଫଳତା ସହ ସ୍କୁଲଟି Business World Top Education Brands Clubରେ ସ୍ଥାନ ପାଇପାରିଛି। ତେବେ Business World ହେଉଛି ଏକ ଅଗ୍ରଣୀ ମାଗାଜିନ୍।

ଏକାଡେମିକ୍ ଏକ୍ସଲେନ୍ସ, କ୍ରୀଡା, ଲର୍ଣ୍ଣିଂ ଆଉଟକମ୍, ଶିକ୍ଷକ ତାଲିମ, ପିତାମାତା ଏବଂ କମ୍ୟୁନିଟି ପରସେପସନ୍, କମ୍ୟୁନିଟି ଆଉଟରିଚ୍ ଏବଂ ଅନ୍ୟାନ୍ୟ ପାରାମିଟରରେ ଉତ୍କର୍ଷତା ପାଇଁ ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ତାଲିକାଭୁକ୍ତ କରାଯାଇଥିଲା।

ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନର ଅଧ୍ୟକ୍ଷ ଡ. ଅନୀଲ ସହସ୍ରବୁଧେ, ଶ୍ରୀ ଆର ରମଣନ୍ (ମିଶନ ନିର୍ଦ୍ଦେଶକ, ଅଟଳ ଇନୋଭେସନ୍ ମିଶନ୍, ଅତିରିକ୍ତ ସେକ୍ରେଟାରୀ NITI AAYOG, GOI) ଡକ୍ଟର ମନୀଷ କୁମାର, (ଏମଡି ଏବଂ ସିଇଓ, ଜାତୀୟ ଦକ୍ଷତା ବିକାଶ ନିଗମ), ଡ. ପଙ୍କଜ ମିତ୍ତଲ, (ସେକ୍ରେଟେରୀ ଜେନେରାଲ୍, ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍), ଡ. ରାଜନ ସକସେନା (ପୂର୍ବତନ କୁଳପତି ଏସ୍.କେ.କେ.ଏମ୍.ର ନରସି ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ମୁମ୍ବାଇ), ଡ. ଏସ୍ ମନଥା, ପୂର୍ବତନ ଚେୟାରମ୍ୟାନ୍- AICTE ଏବଂ ଡ. ଅନୁରାଗ ବତ୍ରା (ଚେୟାରମ୍ୟାନ୍ ତଥା ଏଡିଟର୍-ଇନ୍-ଚିଫ୍, ବିଡବ୍ଲ୍ୟୁ ବିଜନେସ୍ ୱାର୍ଲ୍ଡ ଏବଂ ଏକ୍ସଚେଞ୍ଜ୍ ୪ ମିଡିଆ ଗ୍ରୁପ୍) ଆଦି ବ୍ୟକ୍ତି ବିଶେଷ ବିଜନେସ୍ ୱାର୍ଲ୍ଡ ଟପ୍ ଏଜୁକେସନ୍ ଆୱାର୍ଡ ୨୦୨୦ର ଜୁରୀ ରହିଥିଲେ।

ତେବେ ୨୦୨୦ ମସିହା ନଭେମ୍ବର ୨୮ ତଥା ଗତ ଶନିବାର ଦିନ ବିଜନେସ୍ ୱାର୍ଲ୍ଡ ର ପୋର୍ଟାଲରେ ଏହି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏନେଇ ପ୍ରତିଷ୍ଠାତା ତଥା ମେଣ୍ଟର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଗ୍ରୁପ୍, ଡକ୍ଟର ବିଜୟ କୁମାର ସାହୁ ଜୁରିଙ୍କୁ ଧନ୍ୟବାଦ ଜଣାଇବା ସହିତ କହିଛନ୍ତି ଯେ “ଏହି ପୁରସ୍କାର ନିଶ୍ଚିତ ଭାବରେ ଉତ୍ସାହ ପାଲଟିବ। ଆମେ କେବଳ ଏକ ବିଦ୍ୟାଳୟ ନୁହେଁ ବରଂ ମାନବ ପରିବର୍ତ୍ତନର କେନ୍ଦ୍ର ମଧ୍ୟ”।

Leave A Reply

Your email address will not be published.