Latest Odisha News

BREAKING NEWS

୧୬ ବର୍ଷ ପରେ ରିଲିଜ ହେବାକୁ ଯାଉଛି ଅଜୟ ଦେବଗନଙ୍କ ନାମ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଟିଭି ଓ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିଯାଇଛି । ଏହାର ଫାଇଦା ଉଠାଇବାକୁ ଏବେ ସମସ୍ତେ ଚାହୁଁଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅନୀସ ବାଜମି । ସେ ୧୬ ବର୍ଷ ତଳେ ଅଜୟ ଦେବଗନଙ୍କୁ ନେଇ ବେନାମ ଫିଲ୍ମ ତିଆରି କରିଥିଲେ । ପରେ ସେ ଏହାର ଟାଇଟଲ ବଦଳାଇ ନାମ ରଖିଥିଲେ । ୨୦୦୮ରୁ ୧୩ ପର୍ଯ୍ୟନ୍ତ ଏହାକୁ ରିଲିଜ କରିବା ପାଇଁ ଚାହିଁଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଏବେ ସେ ଏହାକୁ ରିଲିଜ କରିବା ପାଇଁ ଅଂଟା ଭିଡିଛନ୍ତି ।

ଅଜୟଙ୍କ ସହ ସମୀର ରେଡ୍ଡୀ ଓ ଭୂମିକା ଚାୱଲା ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଓଟିଟି ଫ୍ଲାଟପର୍ମରେ ଏହା ରିଲିଜ କରିବା ପାଇଁ ଅନୀସ ଚେଷ୍ଟା ଚଳାଇଛନ୍ତି । ଯଦି ଏଥିରେ ସଫଳ ନ ହେବେ ତାହାହେଲେ ଟିଭିରେ ରିଲିଜ କରାଇବେ । ଅଜୟଙ୍କ ଫୁଲ ଔର କାଂଟେ ଫିଲ୍ମର ପ୍ରଡ୍ୟୁସର ଦିନେଶ ପଟେଲ ମଧ୍ୟ ନାମର ସଫଳତା ନେଇ ବେଶ ଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.