Latest Odisha News

BREAKING NEWS

ଆସନ୍ତା ୭୨ଘଣ୍ଟା ଯାଏଁ ଉତ୍ତର ଓଡିଶାରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୭୨ ଘଣ୍ଟା ଯାଏଁ ଉତ୍ତର ଓଡିଶାରେ ଶୀତ ଲହରୀ ଜାରି ରହିବ ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ଗୁରୁବାର ଦିନ ମିଳିଥିବା ରିପୋର୍ଟ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଥିବା ନେଇ ପୂର୍ବାନୁମାନ କରାଯାଇଛି ।

ତେବେ ଯାହାବି ହେଉ ଏହି ଶୀତ ପ୍ରକୋପ ଓଡିଶାରେ ଆସନ୍ତା ଜାନୁଆରୀ ୩ତାରିଖ ଯାଏଁ ରହିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୭୨ ଘଣ୍ଟା ଅର୍ଥାତ୍ ଡିସେମ୍ବର ୨୯ ତାରିଖ ଯାଏଁ ଉତ୍ତର ଓଡିଶାରେ ଶୀତ ଲହରୀ ଜାରି ରହିବ । ଏହି ସମୟରେ ରାତିର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ ଯାଏଁ ଖସିବା ନେଇ ଜଣାପଡିଛି ।

ରାଜ୍ୟର ଫୁଲବାଣୀ ଜିଲ୍ଲାରେ ଗୁରୁବାର ଦିନ ତାପମାତ୍ରା (୮.୨) ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ (୯.୫) ଓ ଅନୁଗୁଳ (୯.୬) ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି ।

ସେହିପରି ରାଜ୍ୟର କେତେକ ସହରର ପାରଦ ୧୦ ଓ ୧୨ ଡିଗ୍ରୀ ମଧ୍ୟରେ ରହିଛି – କଟକ (୧୨.୨), ବାଲେଶ୍ୱର (୧୦),ସୋନପୁର (୧୧.୮), ବାରିପଦା (୧୦.୫), ତାଳଚେର (୧୧.୫), ସମ୍ବଲପୁର (୧୨.୪), କେନ୍ଦୁଝର (୧୦.୬), ଝାରସୁଗୁଡା (୧୨.୬), କୋରାପୁଟ(୧୧), ଦାରିଙ୍ଗିବାଡି (୧୦), ଟିଟଲାଗଡ (୧୦) ଏବଂ ବଲାଙ୍ଗୀର (୧୨.୫) ।

Leave A Reply

Your email address will not be published.