Latest Odisha News

BREAKING NEWS

‘ହାପି ବାର୍ଥଡେ’ ଭାଇଜାନ ସଲମାନ, ୫୩ ବର୍ଷରେ ପଦାର୍ପଣ କଲେ

ମୁମ୍ବାଇ : ବଲିଉଡର ଭାଇଜାନ ସଲମାନ୍ ଆଜି ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ ।

 

ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏଥିସହିତ ସେ ଅକେନ ବଲିଉଡ ସେଲିବ୍ରିଟିଙ୍କ ଗହଣରେ ପନୱେଲସ୍ଥିତ ଗେଷ୍ଟ ହାଉସରେ ଜନ୍ମଦିନ ପାଳିଛନ୍ତି ।

ବଲିଉଡର ସଫଳତମ କଳକାରମାନଙ୍କ ମଧ୍ୟରୁ ସଲମାନ୍ ହେଉଛନ୍ତି ଅନ୍ୟତମ।୧୯୮୮ ମସିହାରେ ‘ବିବି ହୋ ତୋ ଐସି’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ୧୯୮୯ ମସିହାରେ ‘ମେନେ ପ୍ୟାର କିୟା ଫିଲ୍ମ’ ମାଧ୍ୟମରେ ସେ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

୧୯୯୯ ମସିହାରେ ରିଲିଜ ହୋଇଥିବା ସଲମାନ ଓ ଏଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ ତାଙ୍କର ଫିଲ୍ମ କ୍ୟାରିୟରେ ଏକ ନୂତନ ମୋଡ ଆଣିଦେଇଥିଲା । ପରେ ପରେ ୨୦୦୫ ମସିହାରେ ପରଦାକୁ ଆସିଥିବା ‘ତେରେ ନାମ’ ଫିଲ୍ମ ଜରିଆରେ ସଲମାନ ସେସମୟରେ ଯୁବପିଢିଙ୍କ ଷ୍ଟାଇଲ ଆଇକନ୍ ପାଲଟିଥିଲେ ।

‘ତେରେ ନାମ’, ‘ୱାଣ୍ଟେଡ୍’, ‘ଏକ ଥା ଟାଇଗର’, ‘ପାଟର୍ନର’, ‘ଦବଙ୍ଗ’, ‘ଜୟ ହୋ’, ‘କିକ୍’, ସୁଲତାନ, ‘ବଜରଙ୍ଗୀ ଭାଇଜାନ’ ଓ ‘ଟାଇଗର ଜିନ୍ଦା ହେ’ ଭଳି ସୁପରହିଟ୍ ଫିଲ୍ମ ଜରିଆରେ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Leave A Reply

Your email address will not be published.