Latest Odisha News

BREAKING NEWS

ମେଲବୋର୍ଣ୍ଣ ଟେଷ୍ଟ: ପୂଜାରାଙ୍କ ଶତକୀୟ ଇନିଂସ, ୪୪୩/୭ ସ୍କୋରରେ ଭାରତର ପାଳି ଘୋଷଣା

ମେଲବୋର୍ଣ୍ଣ: ବିରାଟ ବାହିନୀର ଶକ୍ତିଶାଳୀ ବ୍ୟାଟିଂ ବିଭାଗ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚୂଡ଼ାନ୍ତ ମେଲବୋର୍ଣ୍ଣ ଟେଷ୍ଟର ୨ୟ ଦିବସରେ ଭାରତ ୧ମ ଇନିଂସରେ ୭ ୱିକେଟ ବିନିମୟରେ ୪୪୩ କରି ପାଳି ଘୋଷଣା କରିଛି ।

ବୋର୍ଡ଼ର୍ – ଗାଭାସ୍କର ଟେଷ୍ଟ ଶୃଙ୍ଖଳାକୁ ହାତେଇବା ଲାଗି ଉଭୟ ଅଷ୍ଟ୍ରେଲିଆ ଓ ଭାରତ ଜୋରଦାର ଲଢେଇ କରୁଥିବା ବେଳେ ଟିମ୍ ଇଣ୍ଡିଆ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରି ଏହି ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି । ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଶତକୀୟ ଇନିଂସ ତଥା କପ୍ତାନ ବିରାଟ କୋହଲୀଙ୍କ ୮୨ ରନ ଏବଂ ରୋହିତ ଶର୍ମାଙ୍କ ଉପଯୋଗୀ ୬୩ ରନ ବଳରେ ଭାରତ ଏକ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇ ପାରିଛି ।

ୱିକେଟରକ୍ଷକ ଋଷଭ ପନ୍ଥ ୩୯ ରନ ଅଜିଙ୍କ୍ୟ ରାହାନେ ୩୯ ରନ ଏବଂ ଗତକାଲି ମାୟଙ୍କ ଅଗ୍ରୱାଲ ୭୬ ରନ ସ୍କୋର କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଭାରତର ପତ୍ତନ ଘଟିଥିବା ସମୁଦାୟ ୭ଟି ୱିକେଟ ମଧ୍ୟରୁ ପ୍ୟାଟ କମିନ୍ସ ୩ଟି ୱିକେଟ, ମିଚେଲ ଷ୍ଟାର୍କ ୨ଟି ଏବଂ ଜୋସ ହ୍ୟାଜେଲଉଡ଼ ଓ ନାଥନ୍ ଲାୟନ ଗୋଟିଏ କରି ୱିକେଟ ହାସଲ କରିପାରିଛନ୍ତି ।

ଭାରତୀୟ ଅଧିନାୟକ ବିରାଟ କୋହଲୀ ୪୪୭ ରନରେ ପାଳି ଘୋଷଣା କରିବା ପରେ ଦିବସର ଅନ୍ତିମ କିଛି ଓଭର ଖେଳି ଅଷ୍ଟ୍ରେଲିଆ କୌଣସି ୱିକେଟ ନ’ହରାଇ ୮ ରନ କରିଛି ।

ଭାରତୀୟ ବୋଲିଂ ବିଭାଗ ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା, ମହମ୍ମଦ ସାମି ତଥା ସ୍ପିନର୍ ରବୀନ୍ଦ୍ର ଜାଡ଼େଜାଙ୍କ ଉପରେ ନିର୍ଭର କରୁଛି । ଭାରତୀୟ ବୋଲର କଙ୍ଗାରୁଦଳକୁ ଅଳ୍ପ ରନ ମଧ୍ୟରେ ଅଟକାଇ ରଖିପାରିଲେ ଏହି ଚୂଡ଼ାନ୍ତ ଟେଷ୍ଟ ନିର୍ଣ୍ଣାୟକ ତଥା ରୋଚକ ସ୍ଥିତିକୁ ଆସିପାରିବ ବୋଲି କ୍ରିକେଟ ବିଶାରଦ ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.