Latest Odisha News

BREAKING NEWS

ଅଘୋଷିତ ନିୟମ ଭାଙ୍ଗିଲେ ଆଫଗାନିସ୍ତାନର ପ୍ରଥମ ମହିଳା ଟାଟ୍ଟୁ ଆର୍ଟିଷ୍ଟ !

ଭୁବନେଶ୍ୱର: ଇସଲାମରେ ଚର୍ମରେ କାଳି ଦ୍ୱାରା କୌଣସି କଳାକୃତି ଅଭିଶାପ ସଦୃଶ । ତଥାପି ଅନେକ ଇସଲାମଧର୍ମୀ ଶରୀରରେ ଟାଟ୍ଟୁ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଫଗାନିସ୍ତାନର ଜଣେ ମହିଳା ନିଜ ଦେହରେ ନୁହେଁ ବରଂ ଅନ୍ୟ ପୁରୁଷ ଓ ମହିଳାଙ୍କ ଦେହରେ ଟାଟ୍ଟୁ ବନାଇ ଚର୍ଚ୍ଚାକୁ ଆସିଛନ୍ତି ।

ପ୍ରଥମ ମହିଳା ଭାବେ ସୋରାୟା ସାହିଦୀ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଖୋଲିଛନ୍ତି ଟାଟ୍ଟୁ ଷ୍ଟୁଡିଓ । ଆଫଗାନିସ୍ତାନ ଭଳି ରକ୍ଷଣଶୀଳ ଇସଲାମ ଦେଶରେ ଏହି ଘଟଣା ପ୍ରଥମ । ଯେଉଁଠି ଜଣେ ମହିଳା ସମାଜର ଅଘୋଷିତ ନିୟମକୁ ଭାଙ୍ଗି ଟାଟ୍ଟୁ ଆର୍ଟିଷ୍ଟ ସାଜିଛନ୍ତି ।

ସାହିଦୀଙ୍କ ଅନୁଯାୟୀ ସେ ଟାଟ୍ଟୁ ଆର୍ଟିଷ୍ଟ ଭାବେ ଅନ୍ୟ ଦେଶରେ ମଧ୍ୟ ପ୍ରତିଷ୍ଠିତ ହୋଇପାରିଥାନ୍ତେ । ହେଲେ ନିଜ ଦେଶରେ କୌଣସି ମହିଳା ଟାଟ୍ଟୁ ଆର୍ଟିଷ୍ଟ ନଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ତୁର୍କୀ ଓ ଇରାନରେ ତାଲିମ ନେଇଥିବା ସାହିଦି ପ୍ରାଥମିକ ପର୍ଯ୍ୟାୟରେ ନିଜ ପରିବାରପକ୍ଷରୁ ବିରୋଧର ଶିକାର ହୋଇଥିଲେ । ହେଲେ ପରେ ସେମାନଙ୍କ ସମର୍ଥନରେ ସେ ଆଗକୁ ଆସିପାରିଛନ୍ତି । ଏକ ଛୋଟ ସହର ହୋଇଥିଲେ ହେଁ ଟାଟ୍ଟୁର ଚାହିଦା ପାଇଁ ସେ କାବୁଲରେ ନିଜ ଷ୍ଟୁଡିଓ ଖୋଲିଛନ୍ତି ।

ଆଫଗାନିସ୍ତାନରେ ଭୟଭୀତ ନହୋଇ ସୋରାୟା ସାହିଦୀ ଖୋଲିଛନ୍ତି ଟାଟ୍ଟୁ ଷ୍ଟୁଡିଓ । ଏହି ଘଟଣା ସ୍ପଷ୍ଟ ପ୍ରମାଣିତ କରିଛି ଯେ, ଲୋକେ ସ୍ୱାଧୀନ ଭାବେ ବଂଚିବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ଦିଗରେ ଜଣେ ମହିଳା ଟାଟ୍ଟୁ ଆର୍ଟିଷ୍ଟଙ୍କ ସହାସ ନିଶ୍ଚିତ ଭାବେ ପ୍ରଶଂସନୀୟ ।

Leave A Reply

Your email address will not be published.