Latest Odisha News

BREAKING NEWS

ଆକାଶ ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହନ୍ତି

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ହାରା ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସମ୍ପର୍କରେ ଆଜି ସଫେଇ ଦେଇଛି ଟାଟା ମୋଟର୍ସ । ପୂର୍ବରୁ ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ବୋଲି କହୁଥିବା ବେଳେ ସେ ଟାଟାର କର୍ମଚାରୀ ନୁହେଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଚାକିରି ଦେବା ନାଁରେ ସେ ଲୋକଙ୍କୁ ବିଭିନ୍ନ ସମୟରେ ଠକୁଥିବା ନଜରକୁ ଆସିବା ପରେ ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା । ଏ ନେଇ ସେପ୍ଟେମ୍ବର ୨୩ରେ କମ୍ପାନୀ ପକ୍ଷରୁ ଆକାଶଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି ।

Leave A Reply

Your email address will not be published.