ଟୋକିଓ: ଜାପାନ ରାଜକୁମାରୀ ମାକୋ ଏବଂ ସାଧାରଣ ଯୁବକ କେଇ କୋମୁରୋଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଉଁଟିଛି। ଉଭୟ ପରସ୍ପରକୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ ମଧ୍ୟ ରାଜପରିବାର ନୀତି ନିୟମ ଯୋଗୁ ରାଜକୁମାରୀ ମାକୋ ବିବାହ କରିପାରୁ ନ ଥିଲେ । ଏହାର ମୁଖ୍ୟ କାରଣ ସାଧାରଣ ଜନତାଙ୍କୁ ବିବାହ କଲେ ରାଜପରିବାର ସହ କୌଣସି ସମ୍ପର୍କ ରହିବ ନାହିଁ ।
ମଙ୍ଗଳବାର କ୍ରାଉନ ପ୍ରିନ୍ସ ଫୁମିହିତୋ ତାଙ୍କ ଝିଅଙ୍କୁ ଏବେ ବିବାହ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ରାଜପରିବାର ଏହି ବିବାହ ପାଇଁ ରାଜି ନ ଥିଲେ । ତେବେ ଝିଅର ପ୍ରେମ ଆଗରେ ଶେଷର ହାର ମାନିବାକୁ ବାଧ୍ୟ ହୋଇଥିଲେ ।
Comments are closed.