Latest Odisha News

BREAKING NEWS

କୃଷକ ଆନ୍ଦୋଳନକୁ କାନାଡା ପିଏମ୍‌ଙ୍କ ସମର୍ଥନ; କହିଲେ ଭାରତରୁ କୃଷକଙ୍କ ପ୍ରଦର୍ଶନକୁ ନେଇ ଆସୁଥିବା ଖବର ଚିନ୍ତାଜନକ

ନୂଆଦିଲ୍ଲୀ: ଉତ୍ତର ଭାରତରେ କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତରେ ହୋଇଥିବା ଏହି ପ୍ରତିବାଦରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାର ଅଧିକାରକୁ କାନାଡା ସର୍ବଦା ସମର୍ଥନ କରେ।

ଗୁରୁ ନାନକ ଜୟନ୍ତୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ଶିଖ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟ ମଧ୍ୟରେ ସେ ଭାରତରେ କୃଷକଙ୍କ ପ୍ରଦର୍ଶନ ଉପରେ କହିଥିଲେ। ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ଭାରତରୁ କୃଷକଙ୍କ ପ୍ରଦର୍ଶନକୁ ନେଇ ଆସୁଥିବା ଖବର ଚିନ୍ତାଜନକ।

ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ କାନାଡା ସର୍ବଦା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ସମର୍ଥନ କରୁଛି ଏବଂ ଭାରତରେ ଏଭଳି ପ୍ରଦର୍ଶନକୁ ନେଇ ସେ କହିଛନ୍ତି ଯେ ଆମେ ଅନେକ ଉପାୟରେ ଭାରତୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛୁ ଏବଂ ଆମର ଚିନ୍ତା ପ୍ରକଟ କରୁଛୁ। ଏହି ସମୟରେ ଆମେ ଏକଜୁଟ୍‌ ହେବା ଉଚିତ୍।

Leave A Reply

Your email address will not be published.