Latest Odisha News

BREAKING NEWS

କଙ୍ଗନାଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କଲେ ଜାଭେଦ ଅଖତାର

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କଲେ ଗୀତିକାର ଜାଭେଦ ଅଖତାର । ଟେଲିଭିଜନ ସାକ୍ଷାତକାରରେ କଙ୍ଗନା ମୋ ବିରୋଧରେ ତଥ୍ୟ ଓ ଭିତିହୀନ ଅଭିଯୋଗ ଆଣିଥିଲେ । ସୂଚନାଯୋଗ୍ୟ, କଙ୍ଗନା କହିଥିଲେ ଜାଭେଦ ଅଖତାର ମୋତେ ଘରକୁ ଡାକି ଋତିକ ରୋଶନଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ ।

ପୂର୍ବରୁ ଫେବୃୟାରୀ ୨୦୨୦ରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲା ମଧ୍ୟ ଜାଭେଦଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ଜାଭେଦ ଘରକୁ ଡାକି ଧମକାଇଥିବା ବେଳେ ମହେଶ ଭଟ୍ଟ କଙ୍ଗନାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ ବୋଲି ସେ କହିଛନ୍ତି । କଙ୍ଗନାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ୪ କେସ୍ ରୁଜୁ ହୋଇ ସାରିଛି ।

Leave A Reply

Your email address will not be published.