Latest Odisha News

BREAKING NEWS

ଦେଶରେ କରୋନା ସ୍ଥିତି ନେଇ ଆଜି ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି କ’ଣ ରହିଛି ? ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍ ସ୍ଥିତି ସମ୍ପର୍କରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାରଙ୍କ ଭ୍ୟାକସିନ୍ ପ୍ଲାନ ସମ୍ପର୍କରେ ବି ଆଲୋଚନା କରିପାରନ୍ତି ।

ମହାମାରୀକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହେବ । ବିଭିନ୍ନ ରାଜନୈତିକ ଦଳର ପ୍ରତିଦିନିଧି ଭିଡିଓ କନଫରେନ୍ସିଂରେ ଯୋଡ଼ି ହେବେ । ଗତ ସପ୍ତାହରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ଓ ଟିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଆଗକୁ ପାର୍ଲାମେଣ୍ଟ ଶୀତ ଅଧିବେଶନ ବି ରହିଛି । ତା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବହୁ ଗୁରୁତ୍ୱ ରଖୁଛି ।

Leave A Reply

Your email address will not be published.