Latest Odisha News

BREAKING NEWS

ତରବର ହୋଇ ଖାଉଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ତର ନାହିଁ। ତରବରିଆ ଭାବରେ ଆମେ ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ତେବେ ଏହା ଦେହ ପ୍ରତି କେତେ କ୍ଷତିକାରକ ଆପଣ ଜାଣନ୍ତି କି ?

ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ ହୋଇଥାଏ।

ହଜମ ପ୍ରକ୍ରିୟା ନିୟନ୍ତ୍ରଣରେ ରହେ: ଡେରି ଯାଏଁ ଚୋବାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଯାହା ଖାଦ୍ୟକୁ ନରମ କରି ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟସ ଏବଂ ଫ୍ୟାଟସକୁ ଅଲଗା କରିଥାଏ । ଏହା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ।

ଦାନ୍ତରେ ଗର୍ତ୍ତ ହେବାକୁ ରୋକିଥାଏ: ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଦାନ୍ତ ସନ୍ଧିରେ ଖାଇବା ଅଂଶ ପଶିପାରିନଥାଏ। ଏହା ଦ୍ବାରା ନିଃଶ୍ବାସରେ ଦୁର୍ଗନ୍ଧ ଏବଂ କ୍ୟାଭିଟିରୁ ମୁକ୍ତି ମିଳିଥାଏ।

ଓଜନ କମିଥାଏ: ଭୋଜନ ଚୋବାଇ ଖାଇବା ଦ୍ବାରା ପେଟରେ ରସାୟନର ସ୍ରାବ ହୋଇଥାଏ ଯାହା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହୋଇଯାଇଥାଏ। ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ।

ବ୍ୟାକ୍ଟେରିଆ ସୃଷ୍ଟି ହୋଇନଥାଏ: ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବା ଦ୍ବାରା ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ଡେରି ପର୍ଯ୍ୟନ୍ତ ଖାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଏବଂ ଏହା ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକିଥାଏ।

Leave A Reply

Your email address will not be published.