Latest Odisha News

ବିଜୟର ଦ୍ୱାରଦେଶରେ ଭାରତ, ଅଷ୍ଟ୍ରେଲିଆ ୨୨୦/୮ ସ୍କୋରରେ ସଂଘର୍ଷ ଜାରି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଇତିହାସ ରଚିବାକୁ ଯାଉଛି ଭାରତ । ଆଉ ୨ଟି ୱିକେଟ ହାସଲ ପରେ ଭାରତ ଐତିହାସିକ ବିଜୟ ସହିତ ଅଷ୍ଟ୍ରେଲିଆ ମାଟିରେ ୧ମ ଥର ଲାଗି ଟେଷ୍ଟ ସିରିଜ ବିଜୟ ହାସଲ କରିପାରିବ । ଅଷ୍ଟ୍ରେଲିଆ ତାର ୨ୟ ଇନିଂସରେ ମାତ୍ର ୨୨୦ ରନ କରି ମୂଲ୍ୟବାନ ୮ଟି ୱିକେଟ ହରାଇ ପରାଜୟର ଦ୍ୱାରଦେଶରେ ।

ଅଷ୍ଟ୍ରେଲିଆର ୨୨୦/୮ ସ୍କୋର ମଧ୍ୟରେ ମାର୍ଶ ୪୪, ଖ୍ୱାଜା ୩୩ ତଥା ହେଡ଼ ୩୪ ପରି ଆଖିଦୃଶିଆ ରନ କରିବାକୁ ସକ୍ଷମ ହୋଇପାରିଛନ୍ତି । ଏବେ କ୍ରିଜରେ ଲାୟନ ଏବଂ କୁମିନ୍ସ ରହି ସଂଘର୍ଷର ସହିତ ବ୍ୟାଟିଂ କରୁଛନ୍ତି ।

ଭାରତ ପକ୍ଷରୁ ମାପଚୁପ ବୋଲିଂ କରି ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ, ବୁମରା ଓ ସାମି ୨ଟି କରି ୱିକେଟ ହାସଲ କରିଥିବା ବେଳେ ଈଶାନ୍ତ ଶର୍ମା ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ଅଷ୍ଟ୍ରେଲିଆ ୧ମ ଇନିଂସରେ ୧୫୧ ରନ କରି ଅଲଆଉଟ ହେବା ପରେ ଭାରତୀୟ କପ୍ତାନ ବିରାଟ କୋହଲି ୨ୟ ଇନିଂସରେ ୨୧୭ ରନ କରିବା ସହିତ ପାଳି ଘୋଷଣା କରିଥିଲେ ।

ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ଶେଷ ୨ଟି ୱିକେଟରେ ଅବଶିଷ୍ଟ ୧୭୯ ରନ କରିବାକୁ ପଡ଼ିବ ।

Leave A Reply

Your email address will not be published.