Latest Odisha News

BREAKING NEWS

ତେଲେଙ୍ଗାନାରୁ ଉଦ୍ଧାର ହେଲେ କୋରାପୁଟର ୧୭ ମହିଳା ଶ୍ରମିକ

କୋରାପୁଟ : ଜିଲ୍ଲା ଶ୍ରମ ଅଧିକାରୀ ଓ ଲକ୍ଷ୍ମୀପୁର ପୋଲିସର ମିଳିତ ଉଦ୍ୟମରେ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ମହିଳା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନାନୁଯାୟୀ ଉଦ୍ଧାର ମହିଳା ଶ୍ରମିକମାନେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ରାୟଗଡ଼ା ଜିଲ୍ଲା ବାରଲୁକନା ଗାଁର ୨ଜଣ ଦଲାଲ ଗତ ଅକ୍ଟୋବର ମାସରେ ଅଧିକ ପାରିଶ୍ରମିକ ସହ କାମ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କୁ ତେଲେଙ୍ଗାନାକୁ ନେଇ ଯାଇଥିଲେ ବୋଲି ଜଣେ ଉଦ୍ଧାର ମହିଳା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଜଣେ ମହିଳା ଶ୍ରମିକଙ୍କୁ ଭେଟିବା ପାଇଁ ଗ୍ରାମରୁ ତାଙ୍କର ସମ୍ପର୍କୀୟମାନେ ତେଲେଙ୍ଗାନା ଯାଇଥିବା ବେଳେ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା । ମହିଳାମାନଙ୍କ ଫେରାଇ ଆଣିବାକୁ କହିବାରୁ ଇଟାଭାଟିର ମାଲିକ ସେମାନେ ଦଲାଲ ସହ ଓଡିଶା ଯିବେ ବୋଲି କହି ମନା କରିଦେଇଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଲକ୍ଷ୍ମୀପୁର ପୋଲିସର ଏକ ଟିମ୍ ଓ ଶ୍ରମ ଅଧିକାରୀ ତେଲେଙ୍ଗାନାକୁ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନେ ୧୭ ଜଣ ମହିଳା ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.