Latest Odisha News

୧୦ ସେକେଣ୍ଡରେ ଧ୍ୱଂସ ୧୪୪ ମହଲା ବିଲ୍ଡିଂ, ବିଶ୍ୱ ରେକର୍ଡ ସ୍ଥାପନ

ଭୁବନେଶ୍ୱର: ପୁନରୁଦ୍ଧାର ପାଇଁ ଏକାଧିକ ମହଲା ବିଶିଷ୍ଟ ବିଲ୍ଡିଂକୁ ଧ୍ୱଂସ କରିବା କିଛି ନୂଆ ଘଟଣା ନୁହେଁ । ହେଲେ ମାତ୍ର ୧୦ ସେକେଣ୍ଡରେ ସଂପୂର୍ଣ୍ଣ ନିୟନ୍ତ୍ରଣର ସହ ୧୪୪ ମହଲା ବିଶିଷ୍ଟ ବିଲ୍ଡିଂକୁ ଧ୍ୱଂସ କରିବା ଏତେଟା ସହଜ ନୁହେଁ । ତେବେ ଏପରି ଏକ ଜଟିଳ ଯୋଜନା ଆବୁଧାବିରେ ସଫଳତାର ସଂପନ୍ନ ହୋଇଛି ।

ଗତମାସ ଆବୁଧାବିର ମିନା ଜାୟେଦ ଅଂଚଳରେ ମିନା ପ୍ଲାଜା ଟାୱାରକୁ ୬୦୦୦ କି.ଗ୍ରା ପ୍ଲାଷ୍ଟିକ ଏକ୍ସପ୍ଲୋସିଭ ଜରିଆରେ ଧ୍ୱଂସ କରାଯାଇଥିଲା । ସେହି ସମୟର ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି । ତା ଛଡା ବିଶ୍ୱର ସବୁଠୁ ବଡ ବିଲ୍ଡିଂକୁ ସଫଳତାର ସହ ତଥା ସୁରକ୍ଷାପୂର୍ଣ୍ଣ ଢଙ୍ଗରେ ଧ୍ୱଂସ କରିବା ନେଇ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ ପାଇଛି । ୧୯୭୨ରେ ମିନା ଜାୟେଦ ଅଂଚଳକୁ ସ୍ଥାପନ କରାଯାଇଥିଲା । ତେବେ ୪୦ ବର୍ଷ ପରେ ଏହି ଅଂଚଳର ପୁନରୁଦ୍ଧାର ପାଇଁ ମିନା ପ୍ଲାଜା ଟାୱାରକୁ ଧ୍ୱଂସ କରାଯାଇଥିଲା ।

Leave A Reply

Your email address will not be published.