Latest Odisha News

BREAKING NEWS

ହୋଟେଲରୁ ମିଳିଲା ତାମିଲର ଲୋକପ୍ରିୟ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତ ଦେହ

ଚେନ୍ନାଇ:ତାମିଲନାଡୁର ଲୋକପ୍ରିୟ ଟିଭି ଅଭିନେତ୍ରର ଭିଜେ ଚିତ୍ରା(୨୯ବର୍ଷ)ଙ୍କ ମୃତଦେହ ଏକ ହୋଟେଲରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହୋଟେଲ ରୁମର ପଙ୍ଖାରେ ତାଙ୍କ ଶବ ଝୁଲି କରି ଥିଲା । ମୃତ୍ୟୁର କିଛି ଘଂଟା ପୂର୍ବରୁ ସେ ସୋସିଆଲ ସାଇଟରେ ତାଙ୍କର ଏକ ଫଟୋ ମଧ୍ୟ ଶେୟାର କରିଥିଲେ । ୧୨ ଘଂଟା ମଧ୍ୟରେ ଏମିତି କଣ ଘଟିଲା ଯେ, ସେ ଏହି କଠୋର ପଦକ୍ଷେପ ଗ୍ରହଣ କଲେ ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନିକଟରେ ଚେନ୍ନାଇର ବ୍ୟବସାୟୀ ହେମନ୍ତ ରବିଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । ଘଟଣା ଦିନ ଉଭୟ ରାତି ୨ଟା୩୦ରେ ହୋଟେଲକୁ ଫେରିଥିଲେ । ଚିତ୍ରା ରୁମକୁ ଯିବା ପରେ ଦୀର୍ଘ ସମୟ ଧରି ଫେରି ନ ଥିଲେ । ହେମନ୍ତ ହୋଟେଲ ଷ୍ଟାଫକୁ ନେଇ ରୁମ ଖୋଲିବା ପରେ ଉପରୋକ୍ତ ଘଟଣା ପଦାକୁ ଆସିଥିଲା ।

Leave A Reply

Your email address will not be published.