ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ଗୁରୁବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୫ ଫେବୃୟାରୀରୁ ଟେଷ୍ଟ, ୧୨ ମାର୍ଚ୍ଚରୁ ଟି୨୦ ଓ ୨୩ ମାର୍ଚ୍ଚରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଅବସରରେ ଯୁବ ଖେଳାଳିଙ୍କ ପାଇଁ ଗୁଜରାଟ କ୍ରିକେଟ ଆସୋସିଏଶନର ଇଣ୍ଡୋର ଏକାଡେମୀ ଉଦଘାଟିତ କରିବେ ଜୟ ଶାହ । ଫେବୃୟାରୀ ୨୪ରୁ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ ଗୁଜରାଟର ଅହମଦାବାଦରେ ଆରମ୍ଭ ହେବ । ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭାରତ ଗସ୍ତରେ ଇଂଲଣ୍ଡ ଆସିବ ବୋଲି ସୂଚନା ଦେଇଥିଲେ । ୪ଟି ଟେଷ୍ଟ ମ୍ୟାଚ ବ୍ୟତୀତ ଉଭୟ ଦେଶ ମଧ୍ୟରେ ୫ଟି୨୦ ମ୍ୟାଚ ଓ ୩ଦିନିକିଆ ମ୍ୟାଚ ଖେଳାଯିବ ।
ଟେଷ୍ଟ ସିରିଜ
୫ରୁ ୯ ଫେବୃୟାରୀ-ପ୍ରଥମ ଟେଷ୍ଟ (ଚେନ୍ନାଇ)
୧୩ରୁ ୧୭ ଫେବୃୟାରୀ-ଦ୍ୱିତୀୟ ଟେଷ୍ଟ (ଚେନ୍ନାଇ)
୨୪ରୁ ୨୮ ଫେବୃୟାରୀ-ତୃତୀୟ ଟେଷ୍ଟ (ଦିବାରାତ୍ର)(ଅହମ୍ମଦାବାଦ)
୪ରୁ୮ ମାର୍ଚ୍ଚ-ଚତୁର୍ଥ ଟେଷ୍ଟ (ଅହମ୍ମଦାବାଦ)
ଟି୨୦ ସିରିଜ
୧୨ ମାର୍ଚ୍ଚ- ପ୍ରଥମ ଟି୨୦(ଅହମ୍ମଦାବାଦ)
୧୪ ମାର୍ଚ୍ଚ- ଦ୍ୱିତୀୟ ଟି୨୦ (ଅହମ୍ମଦାବାଦ)
୧୬ ମାର୍ଚ୍ଚ-ତୃତୀୟ ଟି୨୦ (ଅହମ୍ମଦାବାଦ)
୧୮ ମାର୍ଚ୍ଚ -ଚତୁର୍ଥ ଟି୨୦ (ଅହମ୍ମଦାବାଦ)
୨୦ ମାର୍ଚ୍ଚ- ପଂଚମ ଟି୨୦ (ଅହମ୍ମଦାବାଦ)
ଦିନିକିଆ ସିରିଜ
୨୩ ମାର୍ଚ୍ଚ-ପ୍ରଥମ ଦିନିକିଆ(ପୁଣେ)
୨୬ ମାର୍ଚ୍ଚ-ଦ୍ୱିତୀୟ ଦିନିକିଆ(ପୁଣେ)
୨୮ ମାର୍ଚ୍ଚ-ତୃତୀୟ ଦିନିକିଆ (ପୁଣେ)
BREAKING NEWS
- ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ: ମୁଖ୍ୟମନ୍ତ୍ରୀ
- ବାବା ଭେଙ୍ଗାଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଭବିଷ୍ୟବାଣୀ ହୋଇଛି ସତ ? ଜାଣନ୍ତୁ…
- CM Air Health Service: ମାଓ ଅଧ୍ୟୁଷିତ ମାଲକାନଗିରିରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା…
- ‘୨୦୨୫-୨୬ରେ ଓଡ଼ିଶାକୁ ୧୩ ଗୁଣ ଅଧିକ ୧୦,୫୯୯ କୋଟିର ରେଳ ବଜେଟ୍ ଆବଣ୍ଟନ କରାଯାଇଛି’
- ୧୮,୧୧୧ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ, କେବଳ ଏହି ଜିଲ୍ଲାରେ ସର୍ବାଧିକ…
- ଘନ କୁହୁଡ଼ିରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ନେଇ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପ
- Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’
- Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଏହି ଲୋକମାନେ ପରମାଣୁ ବୋମାକୁ ସେତିକି ଭୟ କରନ୍ତିନି, ଯେତିକି ଇସଲାମକୁ କରନ୍ତି…
- E-Kyc: ସାଢେ ୬ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ….
Comments are closed.