Latest Odisha News

BREAKING NEWS

ପାଖାପାଖି କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଅନୁଗୁଳ:  ଅନୁଗୁଳ ଜିଲ୍ଲା କଣଲୋଇ ଅଞ୍ଚଳରେ ଶନିବାର ଦିନ ପାଖାପାଖି କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ। ସ୍ଥାନୀୟ ଅଞ୍ଚଳର ପ୍ରାୟ କୋଟିଏ ଟଙ୍କାର ଗଜେଇ ଗଛ କାଟି ନିଆଁ ଲଗାଇ ନଷ୍ଟ କରିଛି ବିଭାଗ।

ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ଅବକାରୀ ବିଭାଗ ନଷ୍ଟ କରିଦେଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୯୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏହି ଚଢ଼ାଉରେ  ଅନଗୁଳ ଅବକାରୀ ବିଭାଗ, ବାଗଡ଼ିଆ ପୋଲିସ ଆଉ ଛେଣ୍ଡିପଦା ରେଞ୍ଜର ପ୍ରଭୃତି ଉପସ୍ଥିତ ଥିଲେ ।

Comments are closed.