Latest Odisha News

BREAKING NEWS

ଦେଶରେ ୯୮ଲକ୍ଷ କରୋନା ସଂକ୍ରମିତ, ମୃତ୍ୟୁସଂଖ୍ୟା ୧ଲକ୍ଷ ୪୨ହଜାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ହଜାର ୫ ନୂଆ ଆକ୍ରାନ୍ତ । ଏହି ସମୟରେ ୧୦ଲକ୍ଷ ୬୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୨୬ହଜାର ୭୭୫କୁ ବୃଦ୍ଧି ପାଇଛି ।

କରୋନା ନେଲାଣି ଲକ୍ଷେ ୪୨ ହଜାର ଲୋକଙ୍କ ଜୀବନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ପ୍ରାଣ ହରାଇଛନ୍ତି ଆଉ ୪୪୨ ସଂକ୍ରମିତ । ମହାମାରୀ ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୨ହଜାର ୬୨୮ ଛୁଇଁଛି । ମୃତ୍ୟୁହାର ରହିଛି ୧.୪୫%।

ଦେଶରେ ବଢୁଛି ସୁସ୍ଥତା ହାର । ପାଖାପାଖି ୯୫ ପ୍ରତିଶତ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୩୩ହଜାର ୪୯୪ ଆକ୍ରାନ୍ତ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୯୩ଲକ୍ଷ ୨୪ହଜାର ୩୨୮ରହିଛି । ଏବେ ଦେଶରେ ୩ଲକ୍ଷ ୫୯ହଜାର ୮୧୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.