Latest Odisha News

BREAKING NEWS

ଭାରତରେ ଆରମ୍ଭ ହେଲା ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍‌: କେମିତି ପଠାଇବେ ଟଙ୍କା ?

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ସରେ ଆଉ ଏକ ନାମ ଯୋଡି ହୋଇଯାଇଛି । ଯାହାର ନାଁ ହେଉଛି ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍ । ଏହି ପପୁଲାର ଚାଟ୍ ଆପ୍ ହ୍ବାଟ୍ସଆପ୍ ଭାରତର ପ୍ରମୁଖ ବ୍ୟାଙ୍କ ଆଇସିଆଇସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏସବିଆଇ ଓ ଏଚଡିଏଫସି ସହ ପାର୍ଟନରସିପରେ ଡିଜିଟାଲ ପେମେଣ୍ଟ ସେବା ଆରମ୍ଭ କରିଛି । ଏହି ୪ଟି ବ୍ୟାଙ୍କର କୋଟି କୋଟି ଗ୍ରାହକ ହ୍ବାଟ୍ସଆପ୍ ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କରିପାରିବେ ।

କେମିତି ଆରମ୍ଭ କରିବେ ସେବା ?

ଭାରତରେ କୋଟି କୋଟି ଲୋକ ହ୍ବାଟ୍ସଆପ୍ ବ୍ୟବହାର କରୁଛନ୍ତି । ଏହା ଦ୍ବାରା ଭଏସ୍ କଲ୍‌ ଭିଡିଓ କଲ୍ ଓ ଚାଟ୍ କରିପାରୁଛନ୍ତି । ଏବେ ଏହା ଦ୍ବାରା ଘରେ ବସି ପେମେଣ୍ଟ ବି କରିପାରିବେ । ତେବେ ହ୍ବାଟ୍ସଆପରେ କେମିତି କରିବେ ପେମେଣ୍ଟ ? ଏଥିପାଇଁ ହ୍ବାଟ୍ସଆପ୍ ହୋମ୍ ପେଜର ଡାହାଣ ପଟେ ଉପରେ ଥିବା ତିନିଟି ବିନ୍ଦୁରେ କ୍ଲିକ୍ କରିବାକୁ ପଡ଼ିବ । ପେମେଣ୍ଟ ଅପସନ୍ ଆସିବ । ଏଥିରେ କ୍ଲିକ୍ କଲେ ପେମେଣ୍ଟ ୱିଣ୍ଡୋ ଖୋଲିଯିବ । ଏହା ପରେ ଆଡ୍ ନ୍ୟୁ ପେମେଣ୍ଟ ମେଥଡ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏହା ଉପରେ କ୍ଲିକ୍ କରି ଆକ୍ସେପ୍ଟ କରିବା ପରେ ବ୍ୟାଙ୍କର ନାଁ ଆସିବ ।

୪ଟି ବ୍ୟାଙ୍କ ମଧ୍ୟରୁ କାହାକୁ ପଠାଇବାକୁ ଚାହୁଁଛନ୍ତି, ସେହି ବ୍ୟାଙ୍କ ଉପରେ କ୍ଲିକ୍ କରିବାକୁ ହେବ । ଏହା ପରେ ଫୋନ୍ ନମ୍ବର ଦ୍ବାରା ବ୍ୟାଙ୍କରେ ଭେରିଫାୟ କରିବାକୁ ପଡ଼ିବ । ଭେରିଫାୟ  ହେବା ପରେ ପେମେଣ୍ଟ ସର୍ଭିସ୍ ଆରମ୍ଭ ହୋଇଯିବ । ଏବେ ଆପଣ ଟଙ୍କା ନେଣଦେଣ କରିପାରିବେ ।

Leave A Reply

Your email address will not be published.